ଚିକିତ୍ସିତ ଅବସ୍ଥାରେ ଶୁଭେନ୍ଦୁ ଆଖି ବୁଜିଲେ ।

ଭଞ୍ଜନଗର, ୪/୭(ପିପିଟି):ଗତ ୨୫ତାରିଖ ମଧ୍ୟ ରାତିରେ ଦିଗପହଣ୍ଡି ନିକଟରେ ଦୁଇ ବସ ମଧ୍ୟରେ ମୁହାଁମୁହିଁ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ଘଟିଥିଲା। ସେଥି ମଧ୍ୟରେ ଭଞ୍ଜନଗର ନିକଟ ମୁଜାଗଡ଼ ଗ୍ରାମର ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ଏସିବି ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ।ଆଜି ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ଯାହା ଫଳରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ସୂଚନା ମୁତାବକ ମୁଜାଗଡ଼ ଗ୍ରାମର ସତ୍ୟଜିତ ପ୍ରଧାନଙ୍କ ଶାଳୀ ସୋନାଲିର ବିବାହ ଉତ୍ସବ ଗତ ୨୫ତାରିଖରେ ଖଣ୍ଡ ଦେଉଳି ଗ୍ରାମରେ ଅନୁଷ୍ଠିତ ହେଉଥିବାରୁ ସତ୍ୟଜିତ ପ୍ରଧାନଙ୍କ ସହ ପରିବାରର ଅନ୍ୟ ୬ଜଣ ସଦସ୍ୟ ସେଠାକୁ ଯାଇଥିଲେ। ଖଣ୍ଡ ଦେଉଳି ଗ୍ରାମରେ ବିବାହ ପରେ ବରକନ୍ୟା ବିଦାୟ ନେଇଥିଲେ।କନ୍ୟାଯାତ୍ରୀ ଝିଅର ଜିନିଷପତ୍ର ନେଇ ବ୍ରହ୍ମପୁର ଯାଇ ରାତିରେ ଭୋଜି ଖାଇ ସାରି ଏକ ଘରୋଇ ବସ ଯୋଗେ ଖଣ୍ଡ ଦେଉଳି ଗ୍ରାମକୁ ଫେରିବା ବେଳେ ଦିଗପହଣ୍ଡି ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ସରକାରୀ ବସ ସହ ମୁହାଁମୁହିଁ ଧକ୍କା
ହୋଇଥିଲା।ଫଳରେ ୧୨ଜଣଙ୍କର ମୃତ୍ୟୁ ଘଟିଥିଲା।ହେଲେ ସତ୍ୟଜିତ ବସ ପଛରେ ବାଇକ ଯୋଗେ ଆସୁଥିବାରୁ ବର୍ତ୍ତି ଯାଇଥିଲେ। ମୁଜାଗଡ଼ର ସତ୍ୟଜିତଙ୍କ ପତ୍ନୀ ଶିବାନୀ, ଏକ ବର୍ଷର ପୁଅ ଆଦବିକ୍, ଶୁଭେନ୍ଦୁଙ୍କ ପତ୍ନୀ ସୁଜ୍ଞାନୀ ଓ ତାଙ୍କ ୩ବର୍ଷର ପୁଅ ଦେବାଂଶଙ୍କ ସମେତ ସଞ୍ଜୟ ମେଦିନିରାୟ ସମସ୍ତେ ମୃତ୍ୟୁ ବରଣ କରିଥିବା ବେଳେ ସତ୍ୟଜିତଙ୍କ ଦାଦାପୁଅ ଶୁଭେନ୍ଦୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ କଟକର ଏସିବି ନିଆଯାଇଥିଲା।ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ମସ୍ତିଷ୍କ ଅସ୍ତ୍ରୋପ୍ରଚାର ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦୀର୍ଘ ଦିନ ଧରି ବଞ୍ଚିବା ପାଇଁ ଜୀବନ ସହ ସଂଗ୍ରାମ କରିବା ପରେ ଆଜି ପୂର୍ବାହ୍ନରେ ଚିକିତ୍ସତ ଅବସ୍ଥାରେ ଶୁଭେନ୍ଦୁଙ୍କ ମୃତ୍ୟୁ ଘଟିଥିବା ସଂର୍ପକୀୟ ମାନେ ସୂଚନା ଦେଇଛନ୍ତି। ପୂର୍ବରୁ ଶୁଭେନ୍ଦୁଙ୍କ ପତ୍ନୀ ସୁଜ୍ଞାନୀ ଓ ପୁତ୍ର ଦେବାଂଶର ମୃତ୍ୟ ଘଟିଥିବା ବେଳେ ଘରର ଏକମାତ୍ର ପୁଅ ଶୁଭେନ୍ଦୁଙ୍କ ଆଜି ମୃତ୍ୟୁ ଘଟିଛି।

ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ

Comments (0)
Add Comment