ଚାକିରି ଦେବା ନାଁରେ ୪ ଲକ୍ଷ ଟଙ୍କା ଠକେଇ, ପ୍ରଧାନଶିକ୍ଷକ ଗିରଫ ।

କେନ୍ଦୁଝର,୧୩/୧୦ : ଚାକିରି କରାଇଦେବାର ପ୍ରଲୋଭନ ଦେଇ ଜଣେ ବି.ଏଡ୍ ଡିଗ୍ରିଧାରୀ ଯୁବତୀଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କେନ୍ଦୁଝର ଟାଉନ ପୁଲିସ ସାହାରପଡ଼ା ବ୍ଲକ ଦିଗିପଶି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ନାୟକ (୪୫)ଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ପଦରେ ଚାକିରି କରାଇଦେବାକୁ କହି ସେ ଯୁବତୀଙ୍କଠାରୁ ଏହି ଟଙ୍କା ନେଇଥିଲେ। ଏ ସଂକ୍ରାନ୍ତରେ ଗତ ୩୦ ତାରିଖରେ କେନ୍ଦୁଝର ଟାଉନ ଥାନାରେ କେସ୍ ନଂ ୯୮୪/୨୦୨୬ରେ ମାମଲା ରୁଜୁ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ ମାସ ୨୩ ତାରିଖରେ ସାହାରପଡ଼ା ବ୍ଲକର କୁଣ୍ଡଳା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାରାଚାନ୍ଦ ମହାନ୍ତଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ରରୁଆଁ ଥାନା ପୁଲିସ ଗିରଫ କରିଥିଲା। ଏହା ସାହାରପଡ଼ା ବ୍ଲକ ଅଞ୍ଚଳରେ ଏଭଳି ଦ୍ୱିତୀୟ ଘଟଣା ହୋଇଥିବାରୁ ଚର୍ଚ୍ଚା ସୃଷ୍ଟି ହୋଇଛି।

Comments (0)
Add Comment