ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ଦେଲେ କୋଦଳା ଅଞ୍ଚଳବାସୀ ।

ବେଗୁନିଆପଡା,୨୫/୧୧(ପିପିଟି ): କୋଦଳା ଏନଏସି ସ୍ଥିତ ହନୁମନ୍ତ ନାରାୟଣୀ ଛକ ଏବଂ ବଡଦାଣ୍ଡ ସାହି ପୁରୁଣାବଜାର ଠାରେ ଆଶ୍ୱିନ ଶୁକ୍ଳ ପୁର୍ଣିମା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ପୁର୍ଣିମା ଯାଏଁ ଏକ ମାସ ଧରି ଚାଲିଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ମଙ୍ଗଳବାର ସନ୍ଧ୍ୟା ରେ ବିରାଟ ପଟୁଆର ମଧ୍ୟରେ ସମ୍ପନ୍ନ ହୋଇଛି । ଦୀର୍ଘ ଏକମାସ ବ୍ୟାପୀ ଶ୍ରଦ୍ଧାଳୁଙ୍କ ଗହଣରେ ପୂଜାପାଉଥିବା ମା’ଙ୍କୁ ଶେଷରେ କୋଦଳା ଅଞ୍ଚଳ ବାସୀ ବିଦାୟ ଦେଇଛନ୍ତି । ମା’ ଗଜଲକ୍ଷ୍ମୀ ଯୁବକ ସଙ୍ଘ ଏବଂ ପୁରୁଣା ବଜାର ଗଜଲକ୍ଷ୍ମୀ ପୂଜା କମିଟିଙ୍କ ତତ୍ୱାବଧାନରେ ଉଭୟ ମେଢ଼ ଏକାଭଳି ଢୋଲ ବାଦ୍ୟ, ସିଂଘବାଦ୍ୟ, ଥଳ ମୃଦଙ୍ଗ, ପଶୁମୁଖା, ଶୁନ୍ୟଠିଆ, ଡିଜେ, ଅଘୋରୀ ନୃତ୍ୟ, କଟପ୍ପା ସହିତ ଆକର୍ଷଣୀୟ ଆଲୋକସଜ୍ଜା କୁ ନେଇ ଏଜ ବିରାଟ ପଟୁଆରରେ କୋଦଳା ସହର ପରିକ୍ରମା କରି ଭାଇଗା ସାହି ପୋଖରୀ ରେ ପୂଜାର୍ଚ୍ଚନା କରି ପୁଣି ଏକ ବର୍ଷ ର ନରତି ନେଇ ମା’ଙ୍କୁ ବିସର୍ଜନ କରାଯାଇଥିଲା । ପଟୁଆର ଏମିତି ହୋଇଥିଲା ଯେ କିଛିସମୟ ପାଇଁ ବସଷ୍ଟାଣ୍ଡ ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନ ରେ କୋଦଳା ପୋଲିସ ମୃତୟନ ଥିଲେ । ବିଦାୟ ଉତ୍ସବ ବେଳେ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଏବଂ ବାଦ୍ୟଯନ୍ତ୍ରର ଶବ୍ଦ ରେ ସହର କମ୍ପିଉଠିଥିଲା । ସୂଚନା ଯୋଗ୍ୟ ଏକମାସ ବ୍ୟାପୀ ଉଭୟ ପୂଜା ମଣ୍ଡପ ରେ ପ୍ରତ୍ୟେହ ସନ୍ଧ୍ୟାରେ ମା’ଙ୍କୁ ସନ୍ଧ୍ୟା ଆଳତୀ ସହିତ କେଉଁଦିନ କେଉଁ ପ୍ରକାର ଭୋଗ କରାଯାଇ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଉଥିଲା । ପ୍ରତ୍ୟେକ ସନ୍ଧ୍ୟାରେ ପୂଜା ମଣ୍ଡପ ନିକଟରେ ଶହଶହ ମହିଳା ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହୁଥିଲା । ଏକମାସ ଧରି ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା । ଗ୍ରାମ ପରିକ୍ରମା ସମୟରେ ମା ଙ୍କୁ ବିଦାୟ ପର୍ବ ଦେଖି ମହିଳାଙ୍କ ଆଖିରେ ଲୁହ ବାହାରୁଥିବା ନଜର ଆସିଥିଲା ଉକ୍ତ କାର୍ଯ୍ୟରେ ସମଗ୍ର କୋଦଳାବାସୀ ସହଯୋଗ କରୁଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment