ଚଳିତ ମେଟ୍ରିକ ପରୀକ୍ଷାରେ ରାୟଗଡା ଜିଲ୍ଲା ଟପର ହେଲେ ମନସ୍ଵିନୀ ଦାଶ ।

ପଦ୍ମପୁର,୦୩/୦୫ : ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ରାୟଗଡା ଜିଲ୍ଲା ଟପର ହେଲେ ପଦ୍ମପୁର ଏ ଝିଅ ମନସ୍ଵିନୀ ଦାଶ ତ୍ନିଜର ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୯୨.୩୩% (୫୫୪) ନମ୍ୱର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମନସ୍ଵିନୀ ସେ ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରରେ ପଢ଼ୁଥିବା ବେଳେ ତାଙ୍କ ନିଜ ଘର ପଦ୍ମପୁର ନୂଆ ସାହିରେ । ପିତା ପ୍ରଦୀପ କୁମାର ଦାସ ଜଣେ ଶିକ୍ଷକ ହୋଇଥିବା ବେଳେ ମା ରଶ୍ମିତା ମିଶ୍ର ଜଣେ ଗ୍ରୁହୁଣୀ । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜୀ ଗୁରୁମାଙ୍କ ସମେତ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି । ମନସ୍ୱନି ଏହି ସଫଳତା ପାଇବା ପାଇଁ ଦିନକୁ 12 ଘଣ୍ଟା ପରିଶ୍ରମ କରୁଥିବା ବେଳେ ଏହି ସଫଳତା ର ଶ୍ରେୟ ନିଜ ପିତାମାତା ଗୁରୁଜନ ଓ ବିଦ୍ୟାଳୟ ର ଗୁରୁଜୀ ଗୁରୁମା ମାନଙ୍କୁ ଦେଇଛନ୍ତି। ଭବିଷ୍ୟତରେ ମନସ୍ଵିନୀ ଜଣେ ଡାକ୍ତର ହୋଇ ଅଞ୍ଚଳରେ ଗରିବ ଲୋକଙ୍କ ର ସେବା କରିବି ବୋଲି ମତ ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ସଭାପତି ଓ ସମସ୍ତ କର୍ମକର୍ତ୍ତା, ଅଭିଭାବକ ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Comments (0)
Add Comment