ଗଞ୍ଜାମ ଜିଲ୍ଲାରେ ୨୫୬ ଜିଲ୍ଲା ପରିଷଦ ପ୍ରାର୍ଥୀ ।

ବ୍ରହ୍ମପୁର, ୨୬/୦୧(ପିପିଟି): ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୨୫୬ ଜିଲ୍ଲା ପରିଷଦ ପ୍ରାର୍ଥୀ ରଣାଙ୍ଗନରେ ରହିଛନ୍ତି। ୬୯ ସଦସ୍ୟଙ୍କୁ ନେଇ ଗଞ୍ଜାମ ଜିଲ୍ଲା ପରିଷଦ। ବିଏସପି ୫,ବିଜେପି ୬୯,ସିପିଆଇ ୬,ସିପିଆଇ( ଏମ୍) ୩,କଂଗ୍ରେସ ୬୭,ବିଜେଡି ୬୯, ଅନ୍ଯ ଦଳ ୨୪ ଓ ସ୍ବାଧୀନ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ଗତ ନିର୍ବାଚନରେ ବିଜେପି ୩ ଆସନ ପାଇଥିବା ବେଳେ କଂଗ୍ରେସ ଗୋଟିଏ ଆସନ ପାଇଥିଲା। ଚଳିତ ନିର୍ବାଚନରେ ବିଜେଡି ୬୯ ଆସନ ଜିତି କ୍ଲିନ ସୁଇପ୍ କରିବା ଲକ୍ଷ୍ଯରେ ଥିବାବେଳେ, ବିଜେପି ଗତ ଠାରୁ ଅଧିକ ଆସନରେ ଜିତି ପାଇଁ ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ମଧ୍ଯ ଗତଠାରୁ ଭଲ କରିବା ପାଇଁ ଚେଷ୍ଟା କରୁଛି। ବାମପନ୍ଥୀ ଦଳ ଖାତା ଖୋଲିବା ପାଇଁ ଲଢେଇ ଆରମ୍ଭ କରିବେ। ଗତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଓ ବାମପନ୍ଥୀ ଦଳ ମଧ୍ଯରେ ମେଣ୍ଟ ହୋଇଥିଲେ ମଧ୍ଯ ଚଳିତ ନିର୍ବାଚନରେ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ମଧ୍ଯରେ ସମନ୍ବୟ ନାହିଁ।

Comments (0)
Add Comment