କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ।

ଭବାନୀପାଟଣା,୧୬/୦୫: ଆଜି ଅପରାହ୍ନରେ ଏଠାରେ କାଳ ବୈଶାଖୀ ବର୍ଷା ଏବଂ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଝଡ଼ ତୋଫାନ ଯୋଗୁଁ ସ୍ଥାନୀୟ ଟେଲିଫୋନ ଭବନ ସମ୍ମୁଖରେ ଥିବା ଏକ କାର ଏବଂ ବୋଲେରୋ ଉପରେ ଗଛ ପଡ଼ିବାରୁ ଉଭୟ ଗାଡି କ୍ଷତିଗ୍ରସ୍ତ ହେଇଛି। ସହରର ବିଭିନ୍ନ ସ୍ଥାନରେ ବିରାଟ ଗଚ୍ଛ ସବୁ ପଡ଼ିଯାଇଛି। ଝଡ ତୋଫାନ ଯୋଗୁଁ ଲାଲ ବାହାଦୁର ଷ୍ଟାଡିୟମ ରେ ଚାଲିଥିବା ଖେଳ ଉପରେ ପ୍ରଭାବିତ ହେଇଛି। ଅସ୍ଥାୟୀ ଭାବେ ଲାଗିଥିବା ଫ୍ଲଡ ଲାଇଟ୍, ଏବଂ ଅନ୍ୟ ସରଞ୍ଜାମ କ୍ଷତିଗ୍ରସ୍ତ ହେଇଛି। ଜିଲା ମହକୁମା ବ୍ୟତୀତ ଅନ୍ୟ କେତେକ ସ୍ଥାନରେ ଘଡ଼ଘଡ଼ି ମାରି ବର୍ଷା ଓ ପବନ ହେଇଥିବା ସୂଚନା ମିଳିଛି। ତେବେ କ୍ଷୟକ୍ଷତି ର ସୂଚନା ମିଳିପାରି ନାହିଁ।

Comments (0)
Add Comment