କଳମ୍ବ ଗ୍ରାମ ପଞ୍ଚାୟତର ପିଅନଙ୍କ ମାତୃ ବିୟୋଗ ।

ପୋଲସରା,୦୫/୦୫(ପିପିଟି); ପୋଲସରା ବ୍ଲକ ଅଧୀନ କଳମ୍ବ ବଡ଼ ନୂଆ ଗାଁ ନନ୍ଦିନୀ ସାହୁ(୬୭),ସ୍ୱାମି ବିମ୍ବାଧର ସାହୁ ଦିବା ୧୨ଘଣ୍ଟ ସମୟରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ନନ୍ଦିନୀ ସାହୁଙ୍କ କିଛି ଦିନ ହେବ ଦେହ ଅସୁସ୍ଥ ହୋଇ ରହିଥିଲା । ନନ୍ଦିନୀ ସାହୁ ପରଉପକାରୀ ଓ ମିଷ୍ଟଭାସି ଥିଲେ ।ଅନ୍ତିମ ଶଯ୍ୟା ନିକଟରରେ ବଡ଼ ପୁଅ କିଶୋର ସାହୁ (ବାବୁଲା ), ମଝିଆ ପୁଅ ସୁଧାକର ସାହୁ କଳମ୍ବ ପଞ୍ଚାୟତରେ ପିଅନ ଭାବରେ କାର୍ଯ୍ୟରତ କରନ୍ତି ।ସାନ ପୁଅ ପ୍ରଶାନ୍ତ ସାହୁ ଆନ୍ଧ୍ର ପ୍ରଦେଶରେ କାମ କରନ୍ତି ଏବଂ ଏକମାତ୍ର କନ୍ୟା ସହ ସମସ୍ତ ତିନି ବୋହୁ ଓ ନାତି ନାତୁଣୀ ଉପସ୍ଥିତ ରହିଥିଲେ । କଳମ୍ବ ସରପଞ୍ଚ ପ୍ରଶାନ୍ତ ପ୍ରଧାନ, କାର୍ଯ୍ୟ ନିର୍ବାହୀ ଭଗବାନ ବେହେରା, ଜିଆରଏସ ସନ୍ତୋଷ ପ୍ରଧାନ, ଜକର ଜିଆରଏସ ବୁଦ୍ଧିରାମ ସାହୁ, ପୂର୍ବତନ ସରପଞ୍ଚ କାଳୁ ଚରଣ ପ୍ରଧାନ, ଅଧ୍ୟପକ ମନୋଜ ସାହୁ, କାଳୁଚରଣ ସାହୁ, ଜୟନ୍ତ ସାହୁ, ବସନ୍ତ ପ୍ରଧାନ, ଜୟନ୍ତ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ, ସୁଚିତ୍ରା ପ୍ରଧାନ, ସମାଜ ସେବି କାଳୁଚରଣ ପ୍ରଧାନ, ପାଟଣା ମିଟିକ ପ୍ରଧାନ, ବସନ୍ତ ସାହୁ ,ସୁରେନ୍ଦ୍ର ପ୍ରଧାନ ,ଶ୍ୟାମ ସୁନ୍ଦର ପ୍ରଧାନ ସମେତ ବୁଦ୍ଧିଜୀବୀ ମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment