କଣ୍ଟାବାଞ୍ଜିରେ ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍‌ଘାଟିତ ।

କଣ୍ଟାବାଞ୍ଜି ,୦୬/୧୦(ପିପିଟି): ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ଜିଲ୍ଲା ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଚଳିତ ମାସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବରେ ଜିଲ୍ଲାର ୧୪ଟି ବ୍ଲକରୁ କୋଚ୍,ମ୍ୟାନେଜର ଓ ଖେଳାଳିଙ୍କୁ ମିଶାଇ ସମୁଦାୟ ୫୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।
ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମାନାଭ ସାମନ୍ତରାୟ,ସାଂସଦ ପ୍ରତିନିଧି ରାଜେଶ ଜୈନ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର,ବିଏସ୍‌ଏସ୍‌ଏ ସେକ୍ରେଟାରୀ ଶୁଭେନ୍ଦ୍ର ମହାନ୍ତି ଓ ପ୍ରତିଯୋଗିତା କନ୍‌ଭେନର ଧବଳେଶ୍ୱର ଦଳବେହରା ପ୍ରମୁଖ ମଞ୍ଚାସୀନ ଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିହାରିକା ନାଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ କ୍ରୀଡ଼ା ଶିକ୍ଷକ ହେମନ୍ତ ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ। ଶେଷରେ ତୁରେକେଲା ବିଇଓ ଶାନ୍ତନୁ ପଢିହାରୀ ଉପସ୍ଥିତ ସମସ୍ତ ଅତିଥି,କ୍ରୀଡ଼ାବିତ୍ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିରଞ୍ଚି ନାରାୟଣ ଦାଶ,ସୌମ୍ୟ ରଞ୍ଜନ ପାଣିଗ୍ରାହୀ,ବିନୋଦ ମହାପାତ୍ର,ଦୀନେଶ ମହାନନ୍ଦ,ମନୋଜ ମହାପାତ୍ର,ଉପେନ୍ଦ୍ର ଚନ୍ଦନ,ରାଜେନ୍ଦ୍ର ଧରୁଆ, ଡିଙ୍ଗର ମାଝୀ,କୁନୁ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି ।

Comments (0)
Add Comment