ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପଢା ସମ୍ପର୍କରେ ଏଜେଓ ଉଚ୍ଚ ବିଦ୍ୟାଳୟ ଠାରେ ଆଲୋଚନା।

ଭୁବନେଶ୍ୱର,୦୨/୦୭(ପିପିଟି):ରାଜ୍ୟସରକାର ଚଳିତ ଶିକ୍ଷା ବର୍ଷରୁ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପଢିବାକୁ ନିଷ୍ପତ୍ତି ନେଇ ଓଡ଼ିଆ ପୁସ୍ତକ ଯୋଗାଇଦେଇଛନ୍ତି। ଏହି ସୂଚନା କନ୍ଧମାଳ ଜିଲାର ସବୁ ବିଦ୍ୟାଳୟରେ ପହଞ୍ଚାଇବାକୁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ପ୍ରୟାଶ କରାଯାଉଛି। ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ଵାଇଂଙ୍କ ଅଧ୍ୟକ୍ଷତାରେ ଏଜେଓ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଓଡ଼ିଆ ସାଥି ଜିଲାପ୍ରମୁଖ ଅଶୋକ ପରିଡା ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ଶ୍ରେଣୀରେ ବିଜ୍ଞାନ ଶିକ୍ଷା ଉପରେ ସଚେତନ କରିବାକୁ ସୂଚନା କରିଥିଲେ। ଯୁକ୍ତ ଦୁଇ ବିଜ୍ଞାନ ବିଭିନ୍ନ ବୈଷୟିକ ଶିକ୍ଷାର ମୂଳଦୂଆ ହୋଇଥବାରୁ ଅଧିକ ସଂଖ୍ୟାରେ ଛାତ୍ର ଛାତ୍ରୀ ବିଜ୍ଞାନ ପଢିବାକୁ ଶିକ୍ଷକ ମାନେ ପ୍ରବର୍ତ୍ତାଇବାକୁ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ଅପେକ୍ଷା ଶିକ୍ଷକଙ୍କ ପରାମର୍ଶ କୁ ଛାତ୍ରଛାତ୍ରୀ ମାନେ ଅଧିକ ଗୁରୁତ୍ୱ ଦେଉଥିବାରୁ ଯୁକ୍ତ ଦୁଇ ଶ୍ରେଣୀରେ ଓଡ଼ିଆ ଭାଷାରେ ସହଜ ସରଳ ଭାବରେ ବିଜ୍ଞାନ ପଢି କୣତକାର୍ଯ୍ୟ ହୋଇପାରିବେ ବୋଲି ଜିଲା ଶିକ୍ଷା ଅଧିକାରୀ କହିଥିଲେ।ରାଜ୍ୟ ସରକାର ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ମିଳିତ ପ୍ରୟାଶରେ ଯୁକ୍ତ ଦୁଇ ବିଜ୍ଞାନରେ ଓଡ଼ିଆ ପୁସ୍ତକ ପ୍ରସ୍ତୁତ କରାଯାଇ ପ୍ରତି ଜିଲାକୁ ପଠାଯାଇଛି ବୋଲି ଅତିରିକ୍ତ ଜିଲା ଶିକ୍ଷାଧିକାରୀ ମାନସ ରଞ୍ଜନ ଦାସ ସୂଚନା ଦେଇଥିଲେ।
ଛଅଟି ବ୍ଳକର ଏକ ଶହରୁ ଅଧିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏହି ଆଲୋଚନାରେ ଭାଗ ନେଇଥିଲେ।
ଏକାଦଶ ଶ୍ରେଣୀ ଓଡ଼ିଆ ବିଜ୍ଞାନ ବହି ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଉପାଦେୟ ହେବ ବୋଲି କହିଥିଲେ। ମାଟ୍ରିକ ବୋର୍ଡ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷଠାରୁ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପଢିବା ଦ୍ବାରା ଇଂରାଜୀ ପ୍ରତି ଆଉ ଭୟ ରହିବ ନାହିଁ। ଆଗକୁ ଉଚ୍ଚ ଶିକ୍ଷା ଓ ବିଭିନ୍ନ ପ୍ରତିଯୋଗିତା ପାଇଁ ଓଡ଼ିଆ ଭାଷାରେ ପୁସ୍ତକ ସହ ପ୍ରଶ୍ନପତ୍ର ମଧ୍ୟ ଆସିବ ବୋଲି ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ପ୍ରୟାଶ ଜାରି ରହିଛି। କନ୍ଧମାଳ ଜିଲ୍ଲାର ଅଠରଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ(ଯୁକ୍ତ ଦୁଇ ) ଥିବା ଦୁଇ ହଜାର ଷୋହଳଟି ବିଞାନ ସିଟ ପୂରଣ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରୟାଶ କରିବାକୁ ଜିଲ୍ଲା ଶିକ୍ଷା ଧିକାରୀ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଜିଲ୍ଲା ବିଞାନ ନୀରିକ୍ଷକ ସିମାଞ୍ଚଳ ସ୍ବାଇଁ, ବିଜ୍ଞାନ ସଂଯୋଜକ ରାଜ କୁମାର ସାହୁ ଓ ପି ଏସ ଏସ ସଂଯୋଜକ ରାଜେଶ ଦନ୍ତା ଯୋଗଦେଇ ବିଦ୍ୟାଳୟ ର ସୁରକ୍ଷା, ସମୟାନୁବର୍ତ୍ତିତା, ପଞ୍ଚଶଖା ସେତୁ ଭିତିକ ଶିକ୍ଷା ଛାତ୍ରବୣତ୍ତି, ଗୁଣାତ୍ମକ ଶିକ୍ଷା, ନୈତିକ ଶିକ୍ଷା ଗୁଣାତ୍ମକ ଖାଦ୍ୟ, ପେଷାକ, ଏବଂ ସର୍ବୋପରି ମିଳିଥିବା ଅନୁଦାନର ବିନିଯୋଗ ପ୍ରମାଣ ପତ୍ର ସଠିକ ସମୟରେ ପ୍ରଦାନ କରିବାକୁ ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

Comments (0)
Add Comment