ଉଲୁଣ୍ଡା,୧୦/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଅନନ୍ତପାଲି ବନ ସୁରକ୍ଷା ସମିତିକୁ ଏସସିଏଫ ପ୍ରଫୁଲ୍ଲ କୁମାର ଧରୁଆ ପରିଦର୍ଶନରେ ଆସିଛନ୍ତି । ଏସସିଏଫ ଶ୍ରୀ ଧାରୁଆ ଆନନ୍ତପାଳିରେ ପହଁଚିଲା ପରେ ପ୍ରଥମେ ବନ ସୁରକ୍ଷା ସମିଡି ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ବନ ସୁରକ୍ଷା ସମିତି ପକ୍ଷରୁ ଚରରୋପଣ କରାଯାଇଥିବା ୪୦ ହେକ୍ଟର ପରିମିତ ଜମି ବୁଲି ଦେଖିଥିଲେ । ସମିତି କର୍ମକର୍ତ୍ତାଙ୍କ ସହ ରୋପଣ କରାଯାଇଥିବା ଚାରାର ଯତ୍ନ, ସୁରକ୍ଷା ପାଇଁ ଚାରିପଟେ ବାଡା କାଗୁଆଳି ନିଯୁକ୍ତ କରିବା ଆଦି ବିଷୟରେ ଆଲୋଚନା କରିଥିଲେ ।ଏସସିଏଏଫ ଙ୍କ ଏହି ପରିଦର୍ଶନ ସମୟରେ ଉଲୁଣ୍ଡା ରେଞ୍ଜର ଦିଲ୍ଲୀପ ପ୍ରଧାନ,ବନ ସୁରକ୍ଷା ସମିତିର ସଭାପତି ମନୋଜ କୁମାର ମହାନ୍ତି, ଏନିମେଟର ଶୁଭଶ୍ରୀ କର୍ଣ୍ଣ, ଟିମଲିଡର ପଦ୍ମଲୋଚନ ଯୋଶୀ, ସୁଚରିତା ନାଏକ ବନରକ୍ଷୀ ଚୌଧୁତ୍ୟ ଦଳପତିଙ୍କ ସମେତ ବନ ସୁରକ୍ଷା ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )