ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ।

ପୋଲସରା,୧୭/୦୪ (ପିପିଟି):ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପକ୍ଷରୁ ଯୁକ୍ତ ତିନି ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଶେଷ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ବିଦାୟ ଦେବା ଅବକାଶରେ ସ୍ଥାନୀୟ ମା ରତ୍ନୀ ପୀଠ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି /ଏହି କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ଅତିଥି ମାନଙ୍କ ଉପସ୍ଥିତି ରେ ପ୍ରଥମେ ତୁଳସୀ ଗଛ ରେ ଜଳ ଦାନ କରାଯାଇଥିଲା | ବିଭାଗୀୟ ମୁଖ୍ୟ ଡ଼ଃ ରୋଜିତା ମିଶ୍ର 2023-26 ବ୍ୟାଚ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ଅନୁଭୂତି ଓ ପରବର୍ତ୍ତୀ ଉଚ୍ଚ ଶିକ୍ଷା ସମ୍ପର୍କରେ ଉପଦେଶ ପ୍ରଦାନ କରିଥିଲେ | ଅଧ୍ୟାପକ ଦେବାଶିଷ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ବେଳେ ଅର୍ଥନୀତି ବିଭାଗ ର ଅଧ୍ୟାପକ ମନୋଜ କୁମାର ସାହୁ, ଅଧ୍ୟାପିକା ଟୋନିକା ଦଳାଇ, ଡେମୋନଷ୍ଟେଟର ସୁଜ୍ଞାନୀ କୁମାରୀ ସାହୁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଉଦ୍ଭିଦ ବିଜ୍ଞାନ ବିଷୟର ଗୁରୁତ୍ୱ ଓ ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ସୁଶ୍ରୀ ଇନ୍ଦିରା ସାହୁ ଓ ଶୁଭସ୍ମିତା ବିଷୋୟୀ ସଂଯୋଜନା କରିଥିବା ବେଳେ ଛାତ୍ରୀ ରଚିତା କୁମାରୀ ସାହୁ, ରାଜଲକ୍ଷ୍ମୀ ସେନାପତି,ତୁଳସୀ ପରିଡା ଛାତ୍ର ସତ୍ୟନାରାୟଣ ଗୌଡ଼, ସ୍ୱୟଂ ପ୍ରକାଶ ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ବେହେରା, ପ୍ରଶାନ୍ତ ଡାକୁଆ ପ୍ରମୁଖ ବିଶେଷ ସହଯୋଗ କରିଥିଲେ |

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment