ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଅନୁଷ୍ଠିତ। 

ବୋଲଗଡ,୨୯/୦୪(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସଭାଗୃହରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ -୨୦୨୬ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ସଭାପତି ଲୋତକବିନ୍ଦୁ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ରାଜସୁନାଖଳା ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ସଚ୍ଚିକାନ୍ତ ଷଡ଼ଙ୍ଗୀ, ଯୁବନେତା ତଥା ସମଜସେବୀ ପ୍ରଫୁଲ୍ଲ କୁମାର ନାୟକ, କ୍ରୀଡା ସଂଗଠକ ତଥା ଫ୍ରଣ୍ଡ୍ସ ସ୍ପୋର୍ଟ୍ସ କ୍ଳବ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଓ ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସଂଯୋଜିକା ସୁଚିତ୍ରା ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିବା ସହ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ବଲ୍ଲଭ ପ୍ରଧାନ ସଂଯୋଜନା କରିଥିଲେ l ଓଡିଶାରେ ବିକାଶରେ ବୁଦ୍ଧିଜୀବି ସମାଜର ଭୂମିକା ସମ୍ପର୍କରେ ବିଷୟରେ ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘର ସଭାପତି ଶ୍ରୀ ଲୋତକ ବିନ୍ଦୁ ପଟ୍ଟନାୟକ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଏହି ଉତ୍କଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି l ଏହି ଫାଉଣ୍ଡେସନ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି l ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ୨୦୧୪ ମସିହାରୁ ଉତ୍କଳୀୟମ ଫାଉଣ୍ଡେସନ ପକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟ କରିଆସୁଅ ଛି l ଏବେ ଏହି ସଂଗଠନ ଖୋର୍ଦ୍ଧା କି ଭୁବନେଶ୍ୱରରେ ବା କେବଳ ଓଡିଶାରେ ସୀମିତ ହୋଇ ନାହିଁ, ତାହା ଦେଶ ଓ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରସିଦ୍ଧି ଲାଭ କରିଛି ବୋଲି ମୁଖ୍ୟ ଅତିଥି ସତ୍ୟନାରାୟଣ ପ୍ରଧାନ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ରଣପୁର ନନ୍ଦପୁର କେଳା କେଳୁଣୀ କଳାର ନିଖୁଣ ଅଭିନୟ ଅଜୟ ଦାସ ଓ ତାଙ୍କ ଟିମ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ କଳା ପ୍ରଦର୍ଶନ କରିଥିଲେ ପରେ ସ୍ପ୍ରିଙ୍ଗ ଗାର୍ଲ ବି ନିଜର କରିସ୍ମା ଦେଖାଇଥିଲେ l ଏଥିରେ ବିଭିନ୍ନ ବୁଦ୍ଧିଜୀବି , ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, ସମିତିସଦସ୍ୟ/ସଦସ୍ୟା , କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡିଶାର ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ l

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment