ଇଂରାଜୀ ନୂତନବର୍ଷ ଅବସରରେ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ ।

ଉଲୁଣ୍ଡା,୦୨/୦୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କେନଝରିଆପଲି ଗ୍ରାପ ଅନ୍ତର୍ଗତ ଖାଇରମାଲ ଠାରେ ସମାଜସେବୀ ପ୍ରଦୀପ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଅଙ୍ଗନବାଡି କର୍ମୀ ରଶ୍ମିତା ପ୍ରଧାନ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିରମହାରାଜପୁର ଏସଡିପିଓ ଧିରଜ ଚୋପଦାର ମୁଖ୍ୟଅତିଥି ବିଇଓ ଶାନ୍ତନୁ କୁମ୍ଭକାର,ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଏବଂ ଗ୍ରାମର ପ୍ରଧାନ ଶିକ୍ଷକ ସନ୍ତୋଷ ବିଶି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଂଚଳର ୨୧ ଜଣ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ସେହିଭଳି ବ୍ଲକର ଷଣ୍ଢା ଗ୍ରାମରେ ମଧ୍ୟ ମା ମାହେଶ୍ୱରୀ କ୍ଳବ ଆନୁକୂଲ୍ୟରେ ୩୫ ଜଣ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସାମାଜିକ କର୍ମୀ ନିରୋଦ ପାଣ୍ଡେ ଅତିଥି ଭାବରେ ଜୋଗଦେଇ ଶୀତବସ୍ତ୍ର ବଣ୍ଟନ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment