ଆନନ୍ଦପୁରରେ ବାପା-ପୁଅ ଗିରଫ, ୨ ବନ୍ଧୁକ ସହ ୨୯ ଗୁଳି ଜବତ ।

ଆନନ୍ଦପୁର, ୧୧/୧୦: ପାର୍ବଣ ପୂର୍ବରୁ ଆନନ୍ଦପୁର ପୁଲିସକୁ ମିଳିଛି ସଫଳତା। ପୁଲିସ ପାଟ୍ରୋଲିଂ ସମୟରେ ଦୁଇଟି ଦେଶୀ ବନ୍ଧୁକ ସହ ୨୯ଟି ଗୁଳି ଜବତ କରିବା ସହ ଏହି ଘଟଣାରେ ବାପା ଓ ପୁଅଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ବରଗୋଠ ଗ୍ରାମର ନଣ୍ଡା ହୋ (୫୦) ଓ ତାଙ୍କ ପୁଅ ଚକ୍ର ହୋ (୩୦)।
ଆନନ୍ଦପୁର ଥାନା ଅନ୍ତର୍ଗତ ତରତରା-କାଠକଟା ରାସ୍ତାରେ ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଯୋଗିଆବନ୍ଧ ଛକ ନିକଟରେ ଉଭୟଙ୍କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଓ ୨୯ଟି ଗୁଳି ମିଳିଥିଲା। ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ଅସ୍ତ୍ରଶସ୍ତ୍ର କେଉଁଠାରୁ ଓ କାହାଠାରୁ ଆଣିଥିଲେ, ସେନେଇ ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଶିକାର ଉଦ୍ଦେଶ୍ୟରେ ସେମାନେ ବନ୍ଧୁକ ରଖିଥିବା ପୁଲିସ ଜାଣିବାକୁ ପାଇଛି।

Comments (0)
Add Comment