ଆଦର୍ଶ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ।

ଦିଗପହଣ୍ଡି,୧୩/୦୭(ପିପିଟି):ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ଶିକ୍ଷକ।ଏପରି କି ଅନେକ ଶିକ୍ଷକ ଅଛନ୍ତି ଆଜି ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ।ମାନବ ସମାଜ ପାଇଁ ସେ ହେଉଛନ୍ତି ଆଦର୍ଶ,ଏଭଳି ଜଣେ ମହାନ୍ ଶିକ୍ଷକ ହେଉଛନ୍ତି ବଡ ଦୁମ୍ବୁଳା ପଞ୍ଚାୟତର ଶାସନ ଗ୍ରାମର ସ୍ବର୍ଗତ ବିଶ୍ଵନାଥ ରେଡି।ନିଜ ଶିକ୍ଷକ ଜୀବନରେ ଅନେକ ଚାତ୍ର ଛାତ୍ରୀଙ୍କୁ ଗଢି ତୋଳିଛନ୍ତି ଯେଉଁ ମାନେ ଆଜି ଅନେକ ପଦ୍ ପଦବୀ ରେ ଅଧିଷ୍ଠିତ ହୋଇ ଛନ୍ତି।ବିନା ପାରିଶ୍ରମିକରେ ଅନେକ ଗରିବ ପିଲାଙ୍କୁ ନିଜ ଅର୍ଥରେ ପାଠ ପଡ଼ଇ ଛନ୍ତି ,ଗାନ୍ଧୀଙ୍କ ନୀତି ଆଦର୍ଶ ରେ ରେ ସେ ସବୁଦିନ ଅନୁପ୍ରାଣିତ ତେଣୁ ଏହି ଅଞ୍ଚଳର ଗାନ୍ଧୀ ଭାବେ ସେ ପରିଚିତ।ତାଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧବାର୍ଷିକୀ ରେ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧା ସୁମନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ଷୋମବାର ଦିନ ସାନ ଡମ୍ବୁଳା ସ୍ଥିତ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୃତି ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବହୁ ଛାତ୍ର ଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତି।ଏହାପରେ ତାଙ୍କ ପ୍ରିୟ ଛାତ୍ର ନୌସେନାର ଦୁଇ କର୍ମୀ ସୁଦାମ ପାତ୍ର ଓ ସୁଦାମ ପ୍ରଧାନଙ୍କ ଦ୍ଵାରା ଆୟୋଜିତ ଏକ ସ୍ମୃତି ସଭାରେ ସ୍ଥାନୀୟ ସମିତି ସଭ୍ୟ ରମେଶ ପଡ଼ି ,ପୂର୍ବତନ ଶିକ୍ଷକ ଲଡୁ କିଶୋର,ରେଡି କୁଳ ସମାଜର ସଭାପତି ଏମ.ନିରଞ୍ଜନ ରେଡିଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ତୈଳ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଉପସ୍ଥିତ ଅତିଥି ମାନେ ସ୍ବର୍ଗତ ବିଶ୍ଵନାଥ ରେଡି ଙ୍କ ଜୀବନ ବ୍ୟାପି ଛାତ୍ର ଛାତ୍ରୀଙ୍କ ପାଠ ପଡ଼ାଇବାରେ ଯେଉଁ ଅବଦାନ ଆଲୋକପାତ କରାଇଥିଲେ।

Comments (0)
Add Comment