ବୁଗୁଡା ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଅକାଳ ବିୟୋଗ ।

ବୁଗୁଡା,୧୨/୦୭(ପିପିଟି); ବୁଗୁଡା ନଗର ବିଜେପି ଯୁବ ମୋର୍ଚ୍ଚା ସଭାପତି ଶିବପ୍ରସାଦ ବିଷୋୟୀଙ୍କ ଶନିବାର ରାତ୍ରରେ  ଅକାଳ ବିୟୋଗ ଘଟିଛି । ସେ ପ୍ରାୟ ସାତ ହେଲା ଜ୍ଜରରେ ପୀଡିତ ଥିଲେ । ଶନିବାର ରାତ୍ର ପ୍ରାୟ ୧୨ ଟା ସମୟରେ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବୁଗୁଡା ମେଡିକାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୁଗୁଡା ଷ୍ଟେଟ ବ୍ଯାଙ୍କ ନିକଟ ବ୍ରହ୍ମାନନ୍ଦ ବିଷୋୟୀଙ୍କ ପୁତ୍ର ଶିବପ୍ରସାଦ ବିଷୋୟୀ । ସେ ଜଣେ ମେଳାପି ଓ ମିଷ୍ଟଭାଷୀ ହୋଇଥିବାରୁ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ବୁଗୁଡା ଅଞ୍ଚଳରେ ଶେକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗରେ ବିଜେପି ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶନୀ ,ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳା ନନ୍ଦ ମଳିକ ,ବୁଗୁଡା ଏନ୍ଏସି ପୂର୍ବତନ ଉପ ନଗରପାଳ ଇଂ. ସୁବ୍ରତ ପଟ୍ଟନାୟକ,ବିଜେପି ନେତା ରଞ୍ଜନ ପୋଲାଇ,ସନ୍ତୋଷ କୁମାର ଦାସ,ପ୍ରଭାକର ପଣ୍ଡା,କେଦାର ନାଥ ମହାରଣା,ଫରୱାର୍ଡ ବ୍ଲକ୍ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି,ପୋଲସରା ଫରୱାର୍ଡ ବ୍ଲକ୍ ନେତା ତଥା ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Comments (0)
Add Comment