ବାଲ୍ୟ ବିବାହ ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଉଲୁଣ୍ଡା ,୦୩/୦୮(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସାଲେପଲି ଠାରେ ବାଲ୍ୟ ବିବାହ ନିରୋଧ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ସୁକାନ୍ତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଡିପିଓ ତିଲୋତ୍ତମା ନାୟକ, ସୁପରଭାଇଜର କନକଲତା ନେପାକ,ଚନ୍ଦ୍ରବତୀ ମଲ୍ଲିକ ପ୍ରମୁଖ ଯୋଗଦେଇ ବାଲ୍ୟବିବାହର କାରଣ, ବାଲ୍ୟବିବାହାର କୁପରିଣତି ତଥା ବାଲ୍ୟବିବାହ ନିଷେଧ ଉପରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମରେ ଗ୍ରାମର ଗ୍ରାମବାସୀ,ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ,କିଶୋର କିଶୋରୀ ମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ଗ୍ରାମର ଗ୍ରାମବାସୀ ମାନେ ବାଲ୍ୟବିବାହ ନ କରିବାକୁ ଶପଥପାଠ କରିଥିଲେ ।ଶେଷରେବାଲ୍ୟବିବାହ କମିଟିର ସଭାପତି ତଥା ୱାର୍ଡ ମେମ୍ବର ଦଧିବାମନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।

Comments (0)
Add Comment