କବିସୂର୍ଯ୍ଯ ନଗର ଠାରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ ।

0 715

କବିସୂର୍ଯ୍ଯ ନଗର,୦୩/୦୯(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଦିନ କବିସୂର୍ଯ୍ଯ ନଗର ଗସ୍ତରେ ଆସି କୋଭିଡ୍ – ୧୯ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ।କବିସୂର୍ଯ୍ଯ ନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର,ବିଡିଓ,ବ୍ଲକ ଅଧ୍ଯକ୍ଷ,ଉପାଧ୍ୟକ୍ଷ,ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗଦେଇଥିଲେ । ବୈଠକରେ ଜିଲ୍ଲାପାଳ ଯୋଗ ଦେଇ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ର ସ୍ଥିତି ସମୀକ୍ଷା କରିବା ସହ ଏହାକୁ କମ୍ କରିବା ଲାଗି ସରକାରଙ୍କ ଗାଇଡଲାଇନ୍ ଉପରେ ସୂଚନା ଦେଇଥିଲେ । ସାମାଜିକ ଦୂରତା ଓ ମାସ୍କ ବ୍ଯବହାର ଉପରେ ଗୁରୁତ୍ୱ ଦେବା ସହ ଦୋକାନୀ ମାନଙ୍କ ପାଇଁ ପଞ୍ଚସୂତ୍ରୀ ନିୟମ କଡାକଡି ଲାଗୁ ପ୍ରତି ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ – ଉମା ଚରଣ ପଟ୍ଟନାୟକ ।

Leave A Reply

Your email address will not be published.