କ୍ୟାନ୍ସର ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲେ ବିଧାୟିକା ।

0 678

କୋଦଳା,୨୯/୦୮(ପିପିଟି); କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଶନିବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତ କଣ୍ଟାପଡା ଗ୍ରାମର କ୍ୟାନ୍ସର ପୀଡ଼ିତ ଭିକାରି ତାରିଣୀଙ୍କ ବାସ ଭବନକୁ ଯାଇ ସାନ୍ତ୍ୱନା ଦେବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥି ସହିତ ଉତ୍ତମ ଚିକିତ୍ସା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସହାୟତା ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ପ୍ରକାଶ ଥାଉ କି ଜିଭରେ ଏକ ଛୋଟ ଘା’ ସୃଷ୍ଟି ହେବାରୁ ସେ ଡାକ୍ତରଙ୍କ ସହ ପରାମର୍ଶ କରି ଅପରେସନ କରିଥିଲେ କିନ୍ତୁ ଏହାର ଅଳ୍ପ କିଛିଦିନ ପରେ ତାଙ୍କ ବେକ ଏବଂ ଥୋଡୀ ପାଖରେ ଦୁଇଟି ଛୋଟ ଆବୁ ସୃଷ୍ଟି ହୋଇଥିଲା । ଯାହାକୁ ଦେଖି ସେ ବିଚଳିତ ହୋଇ ମାର୍ଚ୍ଚ ମାସରେ ଗ୍ରାମକୁ ଫେରି ବ୍ରହ୍ମପୁର ଏମକେସିଜି କର୍କଟ ବିଭାଗରେ ଦେଖାଇ କିଛିଦିନ ଚିକିତ୍ସିତ ହୋଇ ନିରାଶ ହୋଇଥିଲେ । ବର୍ତ୍ତମାନ ସେ  ଭୁବନେଶ୍ୱର ସ୍ଥିତ ପଣ୍ଡା କେର ଏଣ୍ଡ କେନସର ପ୍ରାଇଭେଟ କ୍ଲିନିକରେ ଚିକିତ୍ସିତ ହୋଇଆସୁଛନ୍ତି କିନ୍ତୁ ତାଙ୍କ ରୋଗ କମିବା ବଦଳରେ ବଢ଼ିବାରେ ଲାଗିଛି । ଏହିରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାବେଳେ ତାଙ୍କ ପାଖରେ ସମ୍ବଳ ନାହିଁ କି ନିଜର କୌଣସି ଜମିଜମା ନାହିଁ । ସେ ଏକମାତ୍ର ରୋଜଗାରକ୍ଷମ ହୋଇଥିବା ବେଳେ ସେ ଏବେ ଦୁରାରୋଗରେ ପୀଡିତହୋଇ ଭଲ ହେବାର ଆଶା ତ୍ୟାଗ କରି ସରକାରୀ ସହାୟତା ପାଇଁ ଗଣମାଧ୍ୟମରେ ପ୍ରକାଶିତ ପରେ ବିଧାୟିକା ସହଯୋଗରହାତ ବଢ଼ାଇ ଥିଲେ। ତାଙ୍କ ସହ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ପ୍ରତିନିଧି ତ୍ରିନାଥ ଭୂୟାଁ, ଯୁବ ସମାଜସେବୀ ଗୋପବନ୍ଧୁ , ଜିତୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.