ଗଙ୍ଗାଧର ମେହେରେ ବୃହତ ଜଳସେଚନ ପ୍ରକଳ୍ପ ଅନୁମୋଦନ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠିଛି ।

0 487

ପଦ୍ମପୁର,୧୩/୦୮(ପିପିଟି) ;ଓଡ଼ିଶା ସରକାର ୨୩.୧୦.୨୦୧୭ ମସିହାରେ ୧୩୪୦.୫୫କୋଟି ଟଙ୍କା ବ୍ୟୟ ମୂଲ୍ୟରେ ଗଙ୍ଗାଧର ମେହେର ବୄହତ ଜଳସେଚନ ପ୍ରକଳ୍ପ ଅନୁମୋଦନ କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସୋହେଲା, ବିଜେପୁର ଓ ବରପାଲି ବ୍ଳକର ୨୫,୬୦୦ ହେକ୍ଟର ଜଳସେଚିତ ହେବ ଏବଂ ଚାଷୀ ଉପକୄତ ହେବେ ବୋଲି ସୂଚନା ଦେଇଥିଲେ । ଏହି ପ୍ରକଳ୍ପ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ୨୦୧୮ ମସିହାରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହୋଇଥିଲା । ଏହି ପ୍ରକଳ୍ପ ଘୋଷଣା ବିଜେପୁର ଉପନିର୍ବାଚନକୁ ଆଖି ଆଗରେ ରଖି କରାଯାଇଥିଲା କି ? କାହିଁକି ନା ଉପନିର୍ବାଚନ ପରେ ଏ ପ୍ରକଳ୍ପ ଭୁଲି ଯାଇଛନ୍ତି । ପୁଣି ହଠାତ ୧୨.୦୮.୨୦୨୦ ଦିନ ସେହି ଗଙ୍ଗାଧର ମେହେର ବୄହତ ଜଳସେଚନ ପ୍ରକଳ୍ପକୁ ୧୧୩୮.୬୩ କୋଟି ବ୍ୟୟ ମୂଲ୍ୟରେ ଅନୁମୋଦନ କରିବା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଆଗକୁ ବିଜେପୁର ଓ ବରପାଲି ଏନ୍ଏସି ନିର୍ବାଚନ ରହିଛି ସେହି କାରଣରୁ ଏହି ପ୍ରକଳ୍ପକୁ ମନେ ପକାଇ ଏଠାକାର ଚାଷୀ ମାନଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି କି ସରକାର ? ହାତୀ ନେ ଘୋଡା ନେ ମୋ ପେଁକାଳୀ ବଜେଇଦେ ନୀତି ଅବଲମ୍ବନ କରି ରାଜ୍ୟସରକାର ଏଠାକାର ଭୋଟର ମାନଙ୍କୁ ଦିବାସ୍ୱପ୍ନ ଦେଖାଇ ଦେଖାଇ ଆଉ କେତେ ସ୍ୱପ୍ନ ଦେଖାଇବେ ବୋଲି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜଣାଶୁଣା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସୂଚନା ପ୍ରଦାନ କରିଛନ୍ତି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.