ବେଲଗୁଣ୍ଠା-୨୩/୦୭(ପିପିଟି);କରୋନା ବିପତ୍ତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଲେ ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ଆସନ୍ତା ୩୧ ପର୍ଯ୍ୟନ୍ତ ଲକ୍ ଡାଉନ ଜାରି ରଖିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନାରର ଜଟିଳ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରେଡ୍ ଜୋନ୍ ଅଞ୍ଚଳରେ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସଟ୍ ଡାଉନ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା ପାଇଁ ଲକ ଡାଉନ ଓ ସଟ୍ ଡାଉନ ଲୋକଙ୍କ ଜୀବନ ଜୀବିକା ଉପରେ ସିଧାସଳଖ ପ୍ରଭାବ ପକାଇଛି । ଏହାର ସୁଯୋଗ ନେଇ ବହୁ ଅସାଧୁ ବ୍ୟବସାୟୀ ଜନସାଧାରଣଙ୍କୁ ଲୁଟିବାରେ ଲାଗିଛନ୍ତି । ବହୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢିଚାଲିଥିବାବେଳେ ଆକାଶଛୁଆଁ ପରିବା ଦର ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି ବେଲଗୁଣ୍ଠା ସହରର ଜିଲ୍ଲାର ଏକ ପ୍ରମୁଖ ରେଡ୍ ଜୋନ୍ ପାଲଟିଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ପାଇଁ ପ୍ରଶାସନ ତରଫରୁ କୁହାଯାଇଛି । ପନିପରିବା ବ୍ୟବସାୟ ପାଇଁ ବେଲଗୁଣ୍ଠା ଏକ ପ୍ରମୁଖ ସ୍ଥଳୀ ହୋଇଥିବା ବର୍ତ୍ତମାନ ଏଠାରେ ପନିପରିବା ଦର ବୃଦ୍ଧି ଜନସାଧାରଣଙ୍କ ଚିନ୍ତାର କାରଣ ହୋଇଛି । ବିଶେଷ କରି ଆଳୁ କିଲୋ ପିଛା ପାଖାପାଖି ୪୦ ହୋଇଥିବା ଅଢ଼େଇ କିଲୋ ୯୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଟମାଟୋ କିଲୋ ପିଛା ୭୦/୮୦ ଟଙ୍କା । ଧନୀ ଲୋକଙ୍କ ପାଇଁ କୌଣସି ପ୍ରକାର ଅସୁବିଧା ହେଉନଥିବା ବେଳେ ଗରିବ, ଖଟିଖିଆ ଓ ମଧ୍ୟବିତ୍ତଙ୍କ ପାଇଁ ସ୍ଥିତି ଚିନ୍ତାଜନକ ହୋଇଛି । ବହୁ ଅସାଧୁ ବ୍ୟବସାୟୀ ଆଳୁ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖି ଲାଭଖୋର ମନୋଭାବ ନେଇ ଦରବୃଦ୍ଧି କରୁଥିବା ଅଭିଯୋଗ ହେଉଛି । କରୋନା କାଳର ଏପରି ଦରବୃଦ୍ଧି ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଦରବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ରିପୋର୍ଟ – ଶିବରାମ ଚୌଧୁରୀ ।