ଗଞ୍ଜାମ ଜିଲ୍ଲାରେ କରୋନ ସ୍ଥିତି ସଙ୍ଗିନ,ଗଲାଣି ୬୨ ଜୀବନ,ନୂତନ ସଂକ୍ରମିତ ସଂଖ୍ୟା ୩୭୧ ।

0 1,234

ବ୍ରହ୍ମପୁର,୨୨/୦୭(ପିପିଟି); ରାଜ୍ୟରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ଓଡିଶାରେ ପ୍ରଥମ ସ୍ଥାନରେ ରହିଛି ।ପ୍ରଥମରୁ କୋଭିଡ୍ -୧୯ ପରିଚାଳନା ଠିକ୍ ଥିଲା ଭଳି ଲାଗୁଥିଲା କିନ୍ତୁ ପ୍ରବାସୀ ଓଡିଆଙ୍କୁ ରାଜ୍ୟ ସରକାର ଆଣିବା ପରେ ଗଞ୍ଜାମ ଜିଲ୍ଲାର ସ୍ଥିତି ବିଗିଡିବା ଆରମ୍ଭ ହେଲା । କ୍ବାରେଣ୍ଟାଇନ ସେଣ୍ଟର ପରିଚାଳନା ତୃଟି ରହିଲା । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପ୍ରବାସୀ ଓଡିଆଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରୁ ଛାଡି ଦିଆଗଲା ଏବଂ କେତେକ ସ୍ଥାନରେ ପ୍ରବାସୀ ଓଡିଆ ମାନେ କ୍ବାରେଣ୍ଟାଇନ ସେଣ୍ଟର ବାହାରକୁ ଯାଇ ବୁଲା ବୁଲି କଲେ । ପ୍ରବାସୀ ଓଡିଆଙ୍କୁ କ୍ବାରେଣ୍ଟାଇନ ଛାଡିବା ପୂର୍ବରୁ ସ୍ବାବ ପରୀକ୍ଷା କରାଗଲା ନାହିଁ । ସଠିକ୍ ଢଙ୍ଗରେ ସଚେତନତା ସୃଷ୍ଟି କରିବାରେ ପ୍ରଶାସନ ବିଫଳ ହୋଇଛି । ସଂକ୍ରମିତ ବଢିବା ପୂର୍ବରୁ ମାସ୍କ,ସାନିଟାଇଜର ଲୋକଙ୍କ ପାଖରେ ପହଞ୍ଚିବା ଏବଂ କରୋନ ସଂପର୍କୀତ ଏକ ପ୍ରଚାର ପତ୍ର ଘରେ ଘରେ ପହଞ୍ଚିବା ବ୍ୟବସ୍ଥା ହୋଇ ପାରି ନାହିଁ । କେବଳ ଲକ୍ ଡାଉନ ଓ ସଟ୍ ଡାଉନ ଉପରେ ଗୁରୁତ୍ୱ ଦିଆଗଲା । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଲୋକଙ୍କ ଘର ପାଖରେ ପହଞ୍ଚାଇବା ସମ୍ଭବ ପର ହେଲା ନାହିଁ । କରୋନା ଯୋଦ୍ଧା ମାନଙ୍କୁ ପିପିଇ କିଟ୍ ସହିତ ଇମ୍ଯୁନିଟି ବଢାଇବା ପାଇଁ ଆୟୁର୍ବେଦ କିମ୍ବା ହୋମିଓ ପାଥିକ୍ ଔଷଧ ବ୍ଯବହାର କରିବା ପାଇଁ କୌଣସି ବ୍ଯବସ୍ଥା ହୋଇ ନଥିଲା । ଯେତେବେଳେ ପରିସ୍ଥିତି ସଙ୍ଗିନ ହେଲା ସରକାର ଓ ପ୍ରଶାସନର ଚେତା ପଶିଲା ।ଗଞ୍ଜାମରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବ ପରେ ବିଭିନ୍ନ ସଂଗଠନ ପକ୍ଷରୁ ଆୱାଜ ଉଠିଲା ଏବଂ ସୋସିଆଲ୍ ମିଡିଆରେ ସରକାରଙ୍କୁ ଜବଦସ୍ତ ସମାଲୋଚନା ଆରମ୍ଭ ହେଲା । ପ୍ରଶାସନ ଓ ଓଡିଶା ସରକାର ତତ୍ପର ହେବା ଆରମ୍ଭ କଲାବେଳେ ସ୍ଥିତି ସଙ୍ଗିନ ହୋଇ ସାରିଲାଣି ।ଆଜିର ଖବର ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୬,୩୬୨, ସୁସ୍ଥ ସଂଖ୍ୟା ୪,୦୦୮,ଚିକିତ୍ସିତ ସଂଖ୍ୟା ୨,୨୮୭ ,ମୃତ ସଂଖ୍ୟା ୬୨ ଏବଂ ଅନ୍ଯ ମୃତ ସଂଖ୍ୟା ୦୫ । ଗଞ୍ଜାମର ସ୍ଥିତି ସଙ୍ଗିନ ହେଲା ପରେ ରାଜ୍ୟ ସରକାର ଗଞ୍ଜାମକୁ ୨ଜଣ ଆଇଏଏସ୍,୨୫ଜଣ ଓଏଏସ,୧୦୫ ଓଆରଏସ ଅଧିକାରୀ,୩୦ ଜଣ ଏମବିବିଏସ ଡାକ୍ତର,୧୦୦ ଜଣ ଆୟୁଶ ଡାକ୍ତର ଏବଂ ୨୯ ଜଣ ଲାବୋରେଟରୀ ଟେକ୍ନିସିଆନଙ୍କୁ ଗଞ୍ଜାମ ଜିଲ୍ଲାକୁ ପଠାଇଛନ୍ତି । ଏହା ସହିତ ୩ ଜଣ ଡିଏସପିଙ୍କ ସମେତ ୧୦ ପ୍ଲାଟୁନ ପୁଲିସ ପଠାଇବା ବ୍ୟବସ୍ଥା କରିଛନ୍ତି । ବ୍ରହ୍ମପୁର ବଡମେଡିକାଲରେ ସ୍ବାସ୍ଥ୍ୟ ସେବା ଠପ ହେବ ଏବଂ ଟାଟା ମେମୋରିଆଲ୍ କୋଭିଡ୍ ହସ୍ପିଟାଲ ପରିଚାଳନା ସଠିକ୍ ହୋଇ ପାରୁ ନଥିବା ବେଳେ ଟାଟା ମେମୋରିଆଲ୍ କୋଭିଡ୍ ହସ୍ପିଟାଲ ପରିଚାଳନା ପାଇଁ ହାଇଟେକ୍ ସହିତ ସରକାର ବୁଝାମଣା କରିବା ପରେ ବ୍ରହ୍ମପୁର ସ୍ଥିତ ଅମିତ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବା ସହ କଟକର ଅଶ୍ବିନୀ ହସ୍ପିଟାଲ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ଏମଓୟୁ ସ୍ବାକ୍ଷର କରିଛି ।ମୁଖ୍ୟମନ୍ତ୍ରୀ ନିଜ ରିଲିଫ୍ ପାଣ୍ଠିରୁ ଗଞ୍ଜାମ ଜିଲ୍ଲା କୋଭିଡ୍ ପରିଚାଳନା ପାଇଁ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ କିଛି ନୂତନ ୧୦୮ ଆମ୍ବୁଲାନ୍ସ ପ୍ରଚଳନ କରିଥିବା ବେଳେ ଜିଲ୍ଲା ବାହାରୁ କିଛି ଆମ୍ବୁଲାନ୍ସ ଆସି ପହଞ୍ଚିଛି । ଗଞାମ ଜିଲ୍ଲାରେ ବିଭିନ୍ନ ସହରାଞ୍ଚଳରେ ଆଣ୍ଟିଜେନ୍ କିଟ୍ ରେ ପରୀକ୍ଷା କରାଯାଉଥିବା ବେଳେ ସ୍ବାବ ସଂଗ୍ରହ କରାଯାଉଛି । କିଛି ଔଷଧ ଓ ଇଞ୍ଜେକ୍ସନ ମଧ୍ୟ ଆସି ପହଞ୍ଚି ଥିବାବେଳେ । ମଙ୍ଗଳବାର ଠାରୁ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । ଗଞାମ ଜିଲ୍ଲାରେ ସରକାରୀ ମୃତ୍ୟୁ ସଂଖ୍ୟା ଠାରୁ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି ଏହି ଘଟଣା ପ୍ରତି ପ୍ରଶାସନ ଦୃଷ୍ଟି ନଦେବା ଦ୍ବାରା ସାଧାରଣରେ ଭୟ ସୃଷ୍ଟି ହେବ ସହିତ ଶବ ସତ୍କାର ପାଇଁ ପ୍ରାୟ କେହି ଆସୁ ନାହାଁନ୍ତି । ଗଞ୍ଜାମରେ ସଂକ୍ରାମିତକୁ ରୋକିବା ପାଇଁ ହେଲେ ଅସ୍ବାଭାବିକ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ସ୍ବାବ ପରୀକ୍ଷା ହେବା ଜରୁରୀ । ବ୍ରହ୍ମପୁର ଏସପି ପିନାକ ମିଶ୍ର ଯେଉଁ ଭଳି ସଚେତନ ପାଇଁ ପ୍ରଚାର ପତ୍ର ସହ ମାସ୍କ ବଣ୍ଟନ କରୁଛନ୍ତି ତାହା ସ୍ବାଗତଯୋଗ୍ଯ କାର୍ଯ୍ୟକ୍ରମ । ଏହି ଭଳି ଜିଲ୍ଲା ପ୍ରଶାସନ ପ୍ରତି ଗାଁରେ ମାସ୍କ,ସାନିଟାଇଜର,ସାବୁନ ଓ ପ୍ରଚାର ପତ୍ର ବଣ୍ଟନକୁ ଗୁରୁତ୍ୱ ଦେବା ଦରକାର । ଗଞ୍ଜାମ ଜିଲ୍ଲାରେ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ୨୪ ଘଣ୍ଟିଆ ଖୋଲି ସାଧାରଣ ରୋଗୀଙ୍କ ଚିକିତ୍ସା ପାଇଁ ଗୁରୁତ୍ୱ ଦେବା ଆବଶ୍ୟକ । ଚିକିତ୍ସା ସୁବିଧା ନପାଇ କୌଣସି ରୋଗୀର ଜୀବନ ଚାଲି ନଯାଉ ସେଥିପ୍ରତି ସରକାର ଓ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ । କରୋନା ମହାମାରୀ ଗଞ୍ଜାମ ଜିଲ୍ଲାରେ ଶ୍ରମିକ,ଚାଷୀ,ଉଠା ଦୋକାନୀ ଓ ମଧ୍ଯବିତ୍ତଙ୍କ ଆର୍ଥିକ ସ୍ଥିତିକୁ ସଂପୂର୍ଣ୍ଣ ଧ୍ବସ୍ତ କରି ସାରିଲାଣି ।ଛାତ୍ର ଛାତ୍ରୀଙ୍କ ଶିକ୍ଷା ଦାନ ବାଧାପ୍ରାପ୍ତ ହୋଇଛି । ପ୍ରଶାସନ ସଚେତନ କରିବା ପାଇଁ ଯାହା ସବୁ ଆବଶ୍ୟକ ସେଥି ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ରହିଛି । ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରାମିତ ୩୭୧ ଚିହ୍ନଟ ହୋଇଛନ୍ତି ।ସେଥି ମଧ୍ୟରୁ କୋଭିଡ୍ ଯୋଦ୍ଧା ୨୫ ଜଣ ରହିଛନ୍ତି । କୋଭିଡ୍ ଯୋଦ୍ଧା ଆସ୍କା-୧, ବେଗୁନିଆପଡା -୨,ବେଲଗୁଣ୍ଠା -୧, ବିଇଏମସି-୪, ଦିଗପହଣ୍ଡି -୩,ହିଞ୍ଜିଳିକାଟୁ -୧, ଜଗନ୍ନାଥପ୍ରସାଦ-୧, କବିସୂର୍ଯ୍ଯ ନଗର -୧,ଖଲ୍ଲିକୋଟ -୫, ରଙ୍ଗେଇଲୁଣ୍ଡା -୨, ସୋରଡା -୪ । ସୁରତ ଓ ବିହାର ରୁ ଆସିଥିବା (ରଙ୍ଗେଇଲୁଣ୍ଡା)-୨, ଗଞ୍ଜାମରୁ ସ୍ଥାନୀୟ ସଂକ୍ରାମିତ ୩୪୪ ଚିହ୍ନଟ । ସେଥି ମଧ୍ୟରୁ ଆସ୍କା -୧୭, ବେଗୁନିଆପଡା -୧୯,ବେଲଗୁଣ୍ଠା -୧,ବିଇଏମସି-୧୮୨, ଭଞ୍ଜନଗର -୮,ବୁଗୁଡା -୧୨,ଛତ୍ରପୁର -୧,ଧରାକୋଟ -୩, ଚିକିଟି-୨,ଦିଗପହଣ୍ଡି -୨୩,ହିଞ୍ଜିଳିକାଟୁ -୫,ଖଲ୍ଲିକୋଟ -୮, ପାତ୍ରପୁରୁ -୧,ପୁରୁଷୋତ୍ତମପୁର -୨, ଶେରଗଡ -୨,ଜଗନ୍ନାଥ ପ୍ରସାଦ -୫,ରଙ୍ଗେଇଲୁଣ୍ଡା -୨୯, ସୋରଡା -୧୮,ଗଞ୍ଜାମ -୩, କୁକୁଡାଖଣ୍ଡି -୧,ଅନ୍ୟ -୨ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତି ସଙ୍ଗିନ ହେଉଛି । ସେଥିପାଇଁ ସମସ୍ତଙ୍କୁ ସତର୍କତାର ସହିତ ଆଗକୁ ବଢିବାକୁ ହେବ । ସରକାର ଓ ପ୍ରଶାସନ ମଧ୍ୟ ସ୍ବାସ୍ଥ୍ୟ ସେବା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ରହିଛି । ସାଧାରଣ ଜନତାଙ୍କ ଅର୍ଥନୈତିକ ସ୍ଥିତି ଭୁଷୁଡି ପଡିଲାଣି । ସରକାରଙ୍କ ପେକେଜ୍ ଘୋଷଣାର ସୁଫଳ ଶତପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚେ ନାହିଁ ।

Leave A Reply

Your email address will not be published.