ପିଇବା ପାଣିର ସମସ୍ୟା ପାଇଁ ଡଙ୍ଗାପଟା ଏବଂ ସାନପଡା ଗାଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

0 238

କଳାହାଣ୍ଡି,(ପିପିଟି)୧୬/୦୬, କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୁଡିଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡଙ୍ଗାପଟା (ସାନପଡା) ରେ ରହୁଥିବା ପ୍ରାୟ ୮୦ ଗୋଟି ପରିବାର  ଦୀର୍ଘ ୨୫ ବର୍ଷର ଏକ ପୁରୁଣା ନଳକୂପର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ନଳକୂପଟି ଦୀର୍ଘ ବର୍ଷର ହୋଇଥିବାରୁ  ଅଳ୍ପ ଅଳ୍ପ ପରିମାଣରେ  ଲାଲ ରଙ୍ଗ ମିଶ୍ରିତ ପାଣି ବାହାରୁ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୃଷ୍ଟି ଦେଉନାହାନ୍ତି । ନିର୍ବାଚନ ସମୟରେ ତୋ ୱାର୍ଡ ମେମ୍ବର ,ସରପଞ୍ଚ , ରାଜନେତା , ମନ୍ତ୍ରୀ , ସନ୍ତ୍ରୀ , ମନ୍ତ୍ରୀ ମଣ୍ଡଳ ପର୍ଯ୍ୟନ୍ତ ,  ମାନେ ବଡ ବଡ ଖଥା କହି ଯାଉଥିଲେ । ଏଇଟା କରିଦେବୁ ସେଇଟା କରିଦେବୁ ବୋଲି ଆଶା ଦେଉଛନ୍ତି । ହେଲେ ଆଶା ଆଶାରେ ହିଁ ରହି ଯାଉଛି ମାତ୍ର କରୁନାହାନ୍ତି । ସ୍ଥାନୀୟ ସରପଞ୍ଚଙ୍କୁ ଗ୍ରାମଵାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପଞ୍ଚାୟତ କତୃପକ୍ଷ  କର୍ଣ୍ଣପାତ କରୁନାହାଁନ୍ତି ଏବଂ କୈାଣସି ସମସ୍ୟାର ସମାଧାନ ମଧ୍ୟ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଯାହା ଫଳରେ ଉକ୍ତ ଗ୍ରାମରେ ଲୋକମାନେ ନାଳର  କାଦୁଅ ମିଶା ପାଣି ପିଇ ବର୍ଷା ମାସରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ବୋଲି ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଵା ସହ ଯଦି ଏହାର ସମାଧାନ ନହେଲେ ଆଗାମୀ ଦିନରେ ରାସ୍ତା ରୋକ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ।
ରିପୋର୍ଟ –  ବବୁଲୁ  ସାହୁ ।

Leave A Reply

Your email address will not be published.