କଳାହାଣ୍ଡି,(ପିପିଟି ନ୍ଯୁଜ୍)୨୮/୦୫, ନକଲି ମାଓବାଦୀଙ୍କ ନାମରେ ଏମ୍ ରାମପୁର ଥାନା ଅଧିନରେ ଥିବା ଜନୈକ ଯନ୍ତ୍ରୀଙ୍କ ଠାରୁ ଟଙ୍କା ଲୁଟିବାର ବିଫଳ ହୋଇଥିଲେ । ବିନା ଦଳିଲରେ ମୋବାଇଲ୍ ଦୋକାନ ଦୁଆରା ପ୍ରଦାନ କରାଯାଇଥିବା ସିମ୍ କାଡ ବ୍ୟବହାର କରୁଥିଲେ ୩ ଟି ସିମ୍ କାଡ ଡିଲରଙ୍କୁ ବି ମଧ୍ୟ ଜାଲିଆତି କାରବାର କରିଥିବାରୁ ଅଟକ ରଖା ଯାଇଛି । ମାଓବାଦୀଙ୍କ ନାଁରେ କନିଷ୍ଠ ଯନ୍ତ୍ରୀଙ୍କୁ ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ କରାଯାଇଛି । ୩ ଜଣଙ୍କୁ ଟୋଟାଳ ଏମ.ରାମପୁର ଥାନାରେ ୬ ଜଣଙ୍କୁ ଅଟକ ରଖାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସିଂହପୁର ଗାଁର ଜୟ ପ୍ରକାଶ ପ୍ରଧାନ, ଚନ୍ଦ୍ରକାନ୍ତା ତାଣ୍ଡି, ପିପଳପଡାର ଭୁବନ ନାଏକ ଓ ଏମ୍ ରାମପୁର ବସ୍ ଷ୍ଟାଣ୍ଡାରେ ଥିବା ବିନାୟକ ମୋବାଇଲ୍ ଦୋକାନର ବଳରାମ ସାହୁ, ଲକ୍ଷ୍ମୀ ମୋବାଇଲ୍ ଦୋକାନର ମାଲିକ ମଙ୍ଗଳ ନାଏକ ଓ ଭାଟେଲ ଗାଁର ଶ୍ରୀକାନ୍ତ ନାଏକ । ଏମ୍ ରାମପୁର ଥାନାରେ ଅଟକ ରକ୍ଷା ଯାଇଛି ଦୁର୍ବୃତ୍ତ ମାନଙ୍କୁ । କଳାହାଣ୍ଡି ଏସପିଙ୍କ ସୁଚନା ଦେଇଛନ୍ତି ।
ରିପୋର୍ଟ – ଭିଷ୍ମ ସାହୁ ।