ପ୍ରଥମେ ପ୍ରେମ,ପରେ ବ୍ଲାକ ମେଲିଙ୍ଗ,ଏହାପରେ ବିବାହ,ପରେ ଧୋକା ଦେଇ ଫେରାର ହେଲା ସ୍ୱାମୀ, ନ୍ୟାୟ ନିମନ୍ତେ ଏସପିଙ୍କ ଦ୍ୱାରସ୍ତ ହେଲେ ମହିଳା ।

0 111

ଛତ୍ରପୁର,୨୮/୦୭(ପିପିଟି): ପ୍ରଥମେ ପ୍ରେମ,ପରେ ବ୍ଲକ ମେଲିଙ୍ଗ, ଏହା କିଛି ଦିନ ପରେ ମନ୍ଦିର ଏବଂ ଆମଫୋଇ ରେ ବିବାହ । ଏହାର କିଛି ଦିନ ପରେ ଧୋକା ଦେଇ ଫେରାର ହେଲା ସ୍ୱାମୀ, ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବାଲି ସାହି ରେ । ଭଲପାଇ ବିବାହ ପରେ ସ୍ତ୍ରୀ ହାତ ଛାଡ଼ିଦେଲେ ସ୍ବାମୀ । ଏନେଇ ନିଜ ହକ ଏବଂ ନ୍ୟାୟ ପାଇବା ନିମନ୍ତେ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି ମହିଳା ଜଣକ । ମହିଳା ଜଣକ ହେଲେ ପୁସ୍ତପୁର ଗ୍ରାମର କସ୍ତୁରୀ ଘୋଷ । କସ୍ତୁରୀ ବେଗୁନିଆପଡ଼ା ବାଲି ସାହିର ବିଶ୍ୱଜିତ ଜଗନ୍ନାଥ ସାହୁଙ୍କୁ ଭଲ ପାଉଥିଲେ । କିନ୍ତୁ କସ୍ତୁରୀ ବିବାହ ଅନ୍ୟତ୍ର ହେବା ପରେ କସ୍ତୁରୀ ସ୍ଵାମୀଙ୍କ ପାଖକୁ ବିଶ୍ୱଜିତ କସ୍ତୁରୀ ଅଶ୍ଳୀଳ ଫଟୋ ପଠାଇଥିଲେ । ଯାହାଫଳରେ କସ୍ତୁରୀଙ୍କୁ ତାଙ୍କ ସ୍ଵାମୀ ଛାଡ଼ିଦେଇଥିଲେ । କସ୍ତୁରୀ ତାଙ୍କ ସ୍ବାମୀଙ୍କୁ ଛାଡି ଆସିବା ପରେ ବିଶ୍ୱଜିତ ତାଙ୍କୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ରେ ବିବାହ କରିବା ପରେ ଆମୋ ଫୋଇ ରେ ବିବାହ କରି କିଛି ଦିନ କୋଦଳା ରେ ଓ କିଛି ଦିନ ଖଲିକୋଟରେ ଭଡା ଘରେ ରହିଥିଲେ । କିନ୍ତୁ ଏବେ କିଛି ଦିନ ହେଲା ବିଶ୍ୱଜିତ ତାଙ୍କୁ ଖଲିକୋଟ ଭଡା ଘରେ ଛାଡ଼ି ଫେରାର ହୋଇଯାଇଛନ୍ତି। କସ୍ତୁରୀ ବିଶ୍ୱଜିତ ଙ୍କୁ ତାଙ୍କ ଘର କୁ ଆସି ଖୋଜିବା ବେଳେ ବିଶ୍ୱଜିତ ଫେରାର ହୋଇ ଯାଇଥିବା ଜାଣିବା ପରେ ତାଙ୍କ ଘର ଆଗରେ ଗତ ୨୪ ତାରିଖରେ ଧାରଣାରେ ବସିଥିଲେ । ଏ ନେଇ ଖଲ୍ଲିକୋଟ ଥାନା ରେ କସ୍ତୁରୀ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଏତଲା କିଏ ଗ୍ରହଣ କରି ନଥିଲେ । ପରବର୍ତ୍ତୀ ସମୟରେ କସ୍ତୁରୀ ନିରାଶ ହୋଇ ଶେଷରେ ନ୍ୟାୟ ପାଇବା ନିମନ୍ତେ ଶୁକ୍ରବାର ଗଞ୍ଜାମ ଏସପିଙ୍କ ଦ୍ୱାରସ୍ତ ହୋଇଥିଲେ, ସେ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ଭେଟି ଘଟଣା ସମ୍ପର୍କ କହିବା ସହିତ ନିଜ ଗୁହାରି ଜଣାଇଥିଲେ, ଏହା ପରେ ଏସପିଙ୍କ ଠାରୁ ଥାନା ରେ ତମର ଏତଲା ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାର ପ୍ରତିଶୃତି ମିଳିବା ପରେ କସ୍ତୁରୀ ଖଲିକୋଟ ଥାନା ଅଭିମୁଖେ ଯାଇଥିବା ସୂଚନା ମିଳିଛି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.