ସମରବନ୍ଧ ହାଇସ୍କୁଲ ରେ ଛାତ୍ରଛାତ୍ରୀ ଙ୍କ ଦ୍ୱରା ଚାରା ରୋପଣ ।

0 292

ବେଲଗୁଣ୍ଠା,୧୦/୦୭(ପିପିଟି): ଜଗନ୍ନାଥପ୍ରସାଦ ରେଞ୍ଜ ଗେରେଡା ସେକ୍ସନ ଅନର୍ଗତ ସମରବନ୍ଧ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୃକ୍ଷରୋପଣ ର ଉପକାରିତା ସମ୍ପର୍କରେ ଗୀତ ମାଧ୍ୟମରେ ପରିବେଶ ବିତ ଶୁଳପାଣି ଶତପଥୀ ସଚେତନତା କରବା ସହ ଏହାର ଯତ୍ନ ନେବାକୁ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ ପ୍ରଥମେ ଏକ ସଧାରଣ ସଭା ରେ ବୃକ୍ଷରୋପଣ ର ଆବଶ୍ୟକତା ସମ୍ପର୍କରେ ଆଲୋଚନା ପରେ ସ୍କୁଲ ହତା ମଧ୍ୟରେ ବିଭିନ୍ନ ପ୍ରକାର ଚାରା କୁ ପୂଜାର୍ଚ୍ଚନା କରି ରୋପଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ବନମାଳୀ ସାହୁ, ଗେରେଡା ଫରେଷ୍ଟର ଦିଲ୍ଲୀପ କୁମାର ଦାସ ଓ ସ୍କୁଲ ସଭାପତି ତଥା ସାମ୍ବାଦିକ ଗିରିସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗେରେଡା ସରପଞ୍ଚ ପ୍ରଦୀପ ସେଠି, ପୁର୍ବତନ ସରପଞ୍ଚ ପ୍ରଫୁଲ ନାୟକ, ପଞ୍ଚାନନ ପାଳ, ଦିଲ୍ଲୀପ ନାୟକ, ରାମକୃଷ୍ଣ ପ୍ରଧାନ, ରମେଶ ଚନ୍ଦ୍ର ନାଇକ, କାଳୁ ବେହେରା, ଲୋକନାଥ ରଥ, ଜୟନ୍ତୀ ମଞ୍ଜରୀ ସାହୁ, ସୁଦଷ୍ଣ ଦେଇ, ଗୀତାଞ୍ଜଳି ଗମାଙ୍ଗୁ , ସଂଘମିତ୍ରା ପ୍ରଧାନ, ଚନ୍ଦ୍ରିକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.