କୁଲାଡ଼ ପଞ୍ଚାୟତକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ।

0 278

ଭଞ୍ଜନଗର, ୩୦/୬(ପିପିଟି):ଭୁବନେଶ୍ୱର ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ ଠାରେ ବୁଧବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟସ୍ତରରେ ଉତ୍ତମ ପ୍ରଦର୍ଶନ କରୁଥ‌ିବା ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ରାଜ୍ୟ ସରକାର ଉତ୍ସାହିତ କରିବା ପାଇଁ ପୁରସ୍କୃତ କରିଛନ୍ତି।ଏହି ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ ପଞ୍ଚାୟତ ଜାତୀୟ ସ୍ତରରେ ଚଳିତ ବର୍ଷ ଗତ ଏପ୍ରିଲ ମାସରେ ଦ୍ଵିତୀୟ ଶ୍ରେଷ୍ଠ ସାମାଜିକ ସୁରକ୍ଷିତ ପଞ୍ଚାୟତ ଭାବେ କେନ୍ଦ୍ର ସରକାରଙ୍କ ଠାରୁ ୭୫ଲକ୍ଷ ଟଙ୍କା ପୁରସ୍କାର ପାଇଥିଲା।ହେଲେ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଲାଡ଼ ପଞ୍ଚାୟତକୁ ୨କୋଟି ୨୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।ଭଞ୍ଜନଗର ବିଡ଼ିଓ ଶଶୀ ଭୂଷଣ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, କୁଲାଡ଼ ସରପଞ୍ଚ ସଂଯୁକ୍ତା ରାଜୁ ଓ ଅନ୍ୟମାନେ ଉପସ୍ଥିତ ରହି ଏହି ଅର୍ଥରାଶି ଗ୍ରହଣ କରିଥିଲେ।
ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ସାରାଦେଶରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏହି ପ୍ରୋତ୍ସାହନ ବ୍ୟବସ୍ଥା ପଞ୍ଚାୟତର ଆହୁରି ବିକାଶ ଓ ଉନ୍ନତି ପାଇଁ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ

Leave A Reply

Your email address will not be published.