କବିସୂର୍ଯ୍ୟନଗର ବିଇଓ ଭାବରେ ଅଭିମନ୍ୟୁ ସାହୁ ଦାୟିତ୍ବ ଗ୍ରହଣ କଲେ।

0 151

କବିସୂର୍ଯ୍ୟନଗର,୨୨/୦୬(ପିପିଟି):ଦୀର୍ଘ ଦିନ ପରେ କବିସୂର୍ଯ୍ୟନଗର ରେ ସ୍ଥାୟୀ ବିଇଓ ନିଯୁକ୍ତ ହେଲେ। ବିଇଓ ଭାବରେ ଅଭିମନ୍ୟୁ ସାହୁ ଦାୟିତ୍ବ ଗ୍ରହଣ କରିବା ପରେ ଶିକ୍ଷକ ଓ ବିଇଓ କାର୍ଯ୍ଯାଳୟର କର୍ମଚାରୀ ମାନେ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଛନ୍ତି। ଶ୍ରୀ ସାହୁ ସୋରଡା ରେ ଏବିଇଓ ଭାବରେ କାର୍ଯ୍ଯ କରୂଥିଲେ। ବର୍ତ୍ତମାନ ପଦୋନ୍ନତି ପରେ ଶ୍ରୀ ସାହୁଙ୍କୁ କବିସୂର୍ଯ୍ୟନଗର ବିଇଓ ଭାବେ ବଦଳି ହୋଇଥିଲା। ସ୍ଥାୟୀ ବିଇଓ ନଥିବାରୁ ଜାଲ୍ ସାର୍ଟିଫିକେଟ ତଦନ୍ତ ଶୀତଳ ହୋଇଯାଇଥିଲା। ଶ୍ରୀ ସାହୁ କାର୍ଯ୍ଯରେ ଯୋଗଦେଇ କହିଛନ୍ତି ଶିକ୍ଷା ବ୍ଯବସ୍ଥାର ସୁଧାର ଆଣିବା ପାଇଁ କାର୍ଯ୍ଯ କରିବେ। ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.