ବିଜେଡି ବିଧାୟକ ଟିକେଟ୍ ପାଇଁ ଚର୍ଚ୍ଚା ।

0 527

ମାଲକାନଗିରି ,ତା୧୮/୦୬ (ପିପିଟି):ଓଡିଶାରେ ବିଧାନସଭା ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ପ୍ରାର୍ଥି କିଏ ହେବ ଏବଂ କାହାକୁ ବିଜେଡି ଟିକେଟ ମିଳିବ ଏ ନେଇ ଆଜି ଠାରୁ ସାଧାରଣ ଲୋକଙ୍କ ମଧ୍ଯରେ ବଡ ଧରଣର ଚର୍ଚ୍ଚା ଚାଲିଛି ।
ବିଗତ ଦିନର ରାଜନୈତିକ ପୃଷ୍ଠ ଭୁମିକୁ ସମୀକ୍ଷା କଲେ ଜଣା ପଡୁଛି ଯେ,୨୦୦୯ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ମାଲକାନଗିରି ବିଧାନସଭା ଆସନ ପାଇଁ ବିଜେଡି ମୁକୁନ୍ଦ ସୋଡିଙ୍କୁ ଟିକେଟ ଦେଇଥିଲା ବେଳେ ଶ୍ରୀ ସୋଡି ୩୮,୭୮୮ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ । କଂଗ୍ରେସ ପ୍ରାର୍ଥି ନବୀନ ଚନ୍ଦ୍ର ମାଡକାମୀଙ୍କୁ ୨୭,୮୮୨ ଖଣ୍ଡ ଭୋଟ ପ୍ରାପ୍ତ ହୋଇଥିଲା ବେଳେ ବିଜେପି ପ୍ରାର୍ଥି ଆଦିତ୍ଯ ମାଢିଙ୍କୁ ୧୯,୪୪୫ ଖଣ୍ଡ ଭୋଟ ପ୍ରାପ୍ତ ହୋଇଥିଲା ।
୨୦୧୪ ନିର୍ବାଚନରେ ବିଜେଡି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୁକୁନ୍ଦ ସୋଡିଙ୍କୁ ବିଜେଡି ଟିକେଟ ପ୍ରଦାନ କରାନଯାଇ ନୂତନ ପ୍ରାର୍ଥି ଭାବେ ମାନସ ମାଡକାମୀଙ୍କୁ ଟିକେଟ ଦେଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲା ବେଳେ ୪୭,୭୩୭ ଖଣ୍ଡ ଭୋଟ ପାଇ ଶ୍ରୀମାଡକାମୀ ବିଜୟ ହୋଇଥିଲେ । କଂଗ୍ରେସ ପ୍ରାର୍ଥି ମାଲା ମାଢି ୪୪,୪୨୫ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥି ଆଦିତ୍ଯ ମାଢି ୩୬,୨୧୨ ଭୋଟ ପାଇଥିଲେ । ସେହିପରି ବିଜେଡି ୨୦୧୯ ନିର୍ବାଚନରେ ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ଉପରେ ଆସ୍ଥା ପ୍ରକଟ ନକରି ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ଉପରେ ବିଶ୍ବାସ ଭାଜନ କରି ବିଜେଡି ଟିକେଟ ଦେଇଥିଲା ବେଳେ ବିଜେଡି ପ୍ରାର୍ଥି ମୁକୁନ୍ଦ ସୋଡିଙ୍କ ଶୋଚନୀୟ ପରାଜୟ ଘଟିଥିଲା । ବିଜେପି ପ୍ରାର୍ଥି ଆଦିତ୍ଯ ମାଢି ସର୍ବାଧିକ ୭୦,୨୬୩ ଖଣ୍ଡ ଭୋଟ ପାଇଥିଲା ବେଳେ କଂଗ୍ରେସ ପ୍ରାର୍ଥି ମାଲାମାଢି ୪୪,୬୯୪ ଏବଂ ବିଜେଡି ପ୍ରାର୍ଥି ମୁକୁନ୍ଦ ସୋଡି ୪୧,୬୬୭ ପାଇ ତୃତୀୟ ସ୍ଥାନରେ ରହିଥିଲେ ,ଯାହାକି ଶାସକ ଦଳ ପାଇଁ ଚିନ୍ତାଜନକ ବିଷୟ ଥିଲା ,ତେବେ ଗତ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ହେବାର କାରଣ ଦଳରେ ଥିବା ଅନ୍ତର୍ଦ୍ବନ୍ଦ ବୋଲି କୁହାଯାଇଥିଲା ,ଅନ୍ଯପକ୍ଷରେ ପୂର୍ନତନ ବିଧାୟକ ମୁକୁନ୍ଦ ସୋଡି ବିଜେଡି ଛାଡି ବିଜେପିରେ ଯୋଗଦେଇ ଥିଲା ବେଳେ ବିଜେଡି ଏଠାରେ ଟିକେଟକୁ ନେଇ କିଛି କୁଚକ୍ରିଙ୍କ ପ୍ରରୋଚନାରେ ପଡି ଷ୍ଟାଣ୍ଡିଂ ବିଧାୟକ ମାନସ ମାଡକାମୀଙ୍କୁ ଦଳୀୟ ଟିକେଟକୁ କଟାଇ ଯାଇ ଶେଷ ମୁହୂର୍ତ୍ତରେ ମୁକୁନ୍ଦ ସୋଡିଙ୍କୁ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ମାଲକାନଗିରି ବିଧାନସଭା ନର୍ବାଚନ ମଣ୍ଡଳି ପାଇଁ ରେଉଁ ପ୍ରାର୍ଥଙ୍କୁ ବିଜେଡି ଟିକେଟ ଦେଲେ ବିଜୟ ହେବ ଚିନ୍ତାଜନକ ବିଷୟ ପାଲଟିଛି I ଦଳରେ ଅନ୍ତର୍ଦ୍ବନ୍ଦ ଯୋଗୁଁ ଯେଉଁ ନେତାମାନଙ୍କ ଉପରେ ବିଜେଡି ଆସ୍ଥା ଓ ବିଶ୍ବାସ ରଖିଥିଲା ବର୍ତ୍ତମାନ ତାହା ଆଉ ନାବୟହିଁ କହିଲେ ଚଳେ ।୨୦୨୪ ନିର୍ବାଚନ ପଇଁ ବିଜେଡି ନୂତନ ପ୍ରାର୍ଥିକୁ ଦଳୀୟ ଟିକେଟ ଦେବା ପାଇଁ ଚିନ୍ତା ପ୍ରକଟ କରୁଥିବା ବେଳେ ବର୍ତ୍ତମାନ ମାଲକାନଗିରି ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମୀଙ୍କ ନାମ ଚର୍ଚ୍ଚାର ପରିସରକୁ ଆସୁଛି । ଶ୍ରୀ କାର୍ତ୍ତାମୀ ଶିକ୍ଷାଗତ ଯୋଗ୍ଯତା ବିଏ। ନିଜ ଗ୍ରାମ ପଡିଆ ବ୍ଲକ ଅନ୍ତର୍ଗତ ନିଲଗୁଡା ପଞ୍ଚାୟତର
ଉସକାଲବାଗ ଗ୍ରାମରେ । ସେ ପଡିଆ ଆଶ୍ରମ ବିଦ୍ଯାଳୟରେ ର୍ରଥମରୁ ୭ମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲା ପରେ ୮ମରୁ ୧୦ମ ଭୁବନେଶ୍ବରର ଖଣ୍ଡଗିରି ତପୋବନ ଉଚ୍ଚ ବିଦ୍ଯାଳୟରେ ଅଧ୍ଯୟନ କରିଥିଲେ । ଯୁକ୍ତ ୨ ରୀଜଧାନୀ ମହାବିଦ୍ଯାଳୟ ଏବଂ ବିଜେବି କଲେଜ +୩ କଳାରେ ଉତ୍ତୀର୍ଣ୍ଣ ହୋଇଥିଲେ ।୧୯୯୬ ମସିହାରେ କିରାଣୀ ଭାବେ ନିଯୁକ୍ତି ପାଇଥିଲେI୨୦୧୫ରେ ଅତିରିକ୍ତ ତହସିଲଦାର ମାଥିଲି,୨୦୧୮ ଡେପୁଟି କଲେକ୍ଟର ମାଲକାନଗିରି,ଏବଂ ବର୍ତ୍ତମାନ ଅତିରିକ୍ତ ତହସିଲଦାର ମାଲକାନଗିରି ତହସିଲ କାର୍ଯ୍ଯାଳୟରେ କାର୍ଯ୍ଯରତ । ଜଗଦିଶ କାର୍ତ୍ତାମୀଙ୍କ ବାପା ସ୍ବର୍ଗତ ନନ୍ଦ କାର୍ତ୍ତାମୀ । ସେ ଥିଲେ ଜଣେ ଜନାଦ୍ରୁତ ରାଜନୈତିକ ଆଦିବାସୀ ନେତା । ୧୯୭୫ରୁ ୧୯୮୦ ପର୍ଯ୍ଯନ୍ତ ୱାର୍ଡ ମେମ୍ବର ଥିଲେ । ସେ ୧୯୮୩ରୁ ୧୯୮୭ ପର୍ଯ୍ଯନ୍ତ ନିଲିଗୁଡା ସରପଞ୍ଚ,୩ ଥର ସମିତି ସଭ୍ଯ,ପଡିଆ ବ୍ଲକ ଉପାଧ୍ଯକ୍ଷ,୧୯୯୫ ରୁ ୨୦୦୦ ମସିହା ଯାଏଁ ଜିଲ୍ଲାପରିଷଦ ସଭାପତି ଥିଲେ ।ସେ ପ୍ରଥମେ କଂଗ୍ରେସ ଦଳରେ ଥିଲେ ପରେ ପୂର୍ବତନ ମନ୍ତ୍ରୀ ଅରବିନିଦ ଢାଲି ଏବଂ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ ନିଜଗ୍ରାମ ଉସକାଲବାଗକୁ ଆସି ବିଜେପିରେ ମିଶାଇବା ରପେ ସେ ୨୦୦୦ ମସିହାରେ ବିଜେପିରେ ମିଶିଥିଲେ । ପଡିଆ ଜୋନ୍-୨ରେ ବିଜେପିରୁ ଟିକେଟ ପାଇ ଜିଲ୍ଲା ପରିଷଦ ସଭ୍ଯ ଭାବେ ବିଜୟ ଲାଭ କରିଥିଲେ । ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରସର ପୂର୍ବତନ ଜିଲ୍ଲାପରିଷଦ ସଭାପତିଙ୍କୁ ସେ ପରାସ୍ତ କରିଜିଲ୍ଲ ପରିଷଦ ସଭାପତି ହୋଉଥିଲେ । ନନ୍ଦ କାର୍ତ୍ତାମୀ ନିଦର କାମଧାମ ସାରି ୨୦୦୯ ମସିହାରେ ମାଲକାନଗିରିରୁ ନିଜ ଗ୍ରାମ ଉସକାଲବାଗକୁ ଫେରୁଥିବା ବେଳେ ସଂଧ୍ଯା ସମୟରେ ଶିଖପଲ୍ଲୀ ରାସ୍ତାରେ ମାଓବାଦୀମାନଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ତେବେ ରାଜନୈତିକ ଦଷ୍ଟିକୋଣରୁ ବିତାର କରାଗଲ. ପୂର୍ନତନ ଜିଲ୍ଲାପରିଷଦ ସଭାପତ ସ୍ବର୍ଗତ ନନ୍ଦ କାର୍ତ୍ତାମୀଙ୍କୁ ସୁପୁତ୍ର ତଥା ମାଲକାନଗିରି ତହସିଲର ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମୀ ଜଣେ ଦକ୍ଷ ନିର୍ମଳ ଭାବ ମୂର୍ତ୍ତିଥିବା ଓଡିଶା ପ୍ରଶାସନ ସେବା ଅଧିକାରୀ ।ସେ ସରକାରୀ କଳରେ ରହି ଜନତାଙ୍କ ସେବା ନିଷ୍ଠାର ସହ ନିର୍ବାହ କରନ୍ତି ।ତାଙ୍କର ଲୋକ ପ୍ରିୟତା ଧିରେ ଧ୍ଯିରେ ଜନମାନସରେ ପ୍ରଶଂସନୀୟ । ଯଦି ବିଜେଡି ଆଗାମୀ ନିର୍ବାଚନ-୨୦୨୪ ପାଇଁ ବିଧାୟକ ପ୍ରାର୍ଥି କରେ,ତେବେ ବିଜେଡି ମାଲକାନଗିରି ଆସନ ଅକ୍ତିୟାର କରିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି I

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.