ତିର୍ତ୍ତୋଲ,୧୦/୦୬(ପିପିଟି); ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋତିଆଁ ମଣ୍ଡଳର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନନ୍ଦନ- ୧ ରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂପର୍କିତ ସାମଗ୍ରୀ ପ୍ରଦର୍ଶନ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସିଆରସିସି ପ୍ରଦୀପ କୁମାର ରଥ ଦୀପ ପ୍ରଜ୍ଜ୍ୱଳନ କରି ଏପରି କାର୍ଯ୍ୟକ୍ରମ ର ଆବଶ୍ୟକତା ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ତମସା ସ୍ଵାଇଁ ଉପସ୍ଥିତ ଅଭିଭାଵକଙ୍କୁ ମୌଳିକ ସାକ୍ଷରତା ସଂପର୍କିତ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ଗଣେଶ୍ୱର ସ୍ଵାଇଁ,ରଞ୍ଜନପ୍ରଭା ସ୍ଵାଇଁ ,ପ୍ରଦୀପ ପାତ୍ର, କାଳନ୍ଦୀ ଚରଣ ସ୍ବାଇଁ, ପ୍ରଶାନ୍ତ କୁମାର ସାହୁ, ବିଜୟଲକ୍ଷ୍ମୀ ମହାନ୍ତି,ଗୌରାଙ୍ଗ ଚରଣ ଵିଶ୍ଵାଳଙ୍କ ସମେତ ନନ୍ଦନ -୧ ବିଦ୍ୟାଳୟର ପାଚିକା ସହାୟିକା ରେବତୀ ବସ୍ତିଆ, ଦେବସ୍ମିତା ଜେନା ସହଯୋଗ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ,ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)