ଦେଶୀ ଡଙ୍ଗାବୁଡି ଜଣେ ମୃତ,ଶବ ହେଲା ଉଦ୍ଧାର।

0 221

ମାଲକାନଗିରି,୨୫/୦୫(ପିପିଟି): ଗତ କାଲି ସନ୍ଧ୍ୟା ସମୟରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ହୋଇ ଥିବା ଲୋକର ଶବ ଆଜି ସକାଳେ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର ହୋଇଛି । ଘଟଣାରୁ ପ୍ରକାଶ ଯେ,କୋରୁକୋଣ୍ଡା ବ୍ଳକର ନାକାମାମୁଡି ପଞ୍ଚାୟତ ନିଟସ୍ଥ ଡାଇକ-୩ ଗ୍ରାମର ୩ ଜଣ ବ୍ୟକ୍ତି ବାଲିମେଳା ଜଳଭଣ୍ଡାରକୁ ଏକ ଦେଶୀ ଡଙ୍ଗାରେ ବସି ମାଛ ଧରିବାକୁ ଯାଇଥିଲେ । ଗ୍ରାମକୁ ଫେରୁଥିବା ବେଳେ ପ୍ରଖର ପବନ ବହିବା ସହ ବର୍ଷା ଯୋଗୁଁ ଦେଶୀ ଡଙ୍ଗାଟି ଓଲଟି ପଡିଥିଲା । ତେବେ ଡଙ୍ଗାରେ ବସି ଥିବା ହରି ସଗରିଆ, କୈଳାସ ନାୟକ ଓ କୃପା ବେନିଆ ପାଣି ଭିତରକୁ ଖସି ପଡ଼ିଥିଲେ ।ଏମାନଙ୍କ ମଧ୍ୟରୁ ହରି ଓ କୈଳାସ ୨ ଜଣ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ କୃପା ବେନିଆ ନିଖୋଜ ହୋଇଯାଇଥିଲା । ସୂଚନା ପାଇ ଗ୍ରାମର ଲୋକମାନେ କୃପାକୁ ଜଳ ମଧ୍ଯରେ ଖୋଜା ଖୋଜି କରି ପାଇନଥିଲେ ଏବଂ ସନ୍ଧ୍ୟା ହେବା ଯୋଗୁଁ ଗ୍ରାମବାସୀମନେ ଫେରି ଯାଇଥିଲେ । ଆଜି ସକାଳେ ଖବର ପାଇ କୋରୁକୋଣ୍ଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ କୃପା ବେନିଆର ମୃତ ଦେହ ଉଦ୍ଧାର କରାଯାଇଛି। ପୂର୍ବରୁ ମଧ୍ୟ ଏହି ଜଳ ଭଣ୍ଡାରରେ ଏପରି ଦେଶୀ ଡଙ୍ଗା ବୁଡି ଅନେକଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ପୁଣି ଏପରି ଅଘଟଣ ଘଟିଥିବକହିଛନ୍ତି ଗ୍ରାମ ବାସୀ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.