ପ୍ରତୀଚି ପ୍ରୀୟଦର୍ଶିନି ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ଟପ୍ପର ।

0 229

ଉଲୁଣ୍ଡା,୧୯/୦୫(ପିପିଟି): କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଜଣେ ଛାତ୍ରୀ କିପରି ଟପ୍ପର ହୋଇ ପାରିବ ତାହା ଦେଖେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ବମରାଜ ଗ୍ରାମର ଶ୍ୟାମ ସୁନ୍ଦର ପଣ୍ଡା ଓ ପ୍ରଭାବତୀ ପୁରୋହିତଙ୍କ ଏକ ମାତ୍ର କନ୍ୟା ପ୍ରତୀଚି ପ୍ରିୟଦଶିନୀ ପଣ୍ଡା । ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରଣୀରେ ସର୍ବାଧିକ ୯୪ ପ୍ରତିଶତ ମାର୍କ ରଖି ଜିଲ୍ଲା ତଥା ନିଜ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଆଗାମୀ ଦିନରେ ଭଲ ନମ୍ବର ରଖି ଜିଲ୍ଲାର ନାମକୁ ଆଗକୁ ବଢ଼ାଇବା ଲକ୍ଷ୍ୟ ରଖିଛନ୍ତି ପ୍ରତିଚି । ସେ ଜ୍ୟୋତିର୍ବିଦ ପଣ୍ଡିତ ଗୁଣ ସାଗର ପଣ୍ଡା ଓ ରୁକୁଣି ପଣ୍ଡା ଙ୍କ ନାତୁଣୀ ଅଟନ୍ତି। ଏହି ସଫଳତାର ଶ୍ରେୟ ସେ ନିଜ ବାପା ଶ୍ୟାମ ସୁନ୍ଦର ପଣ୍ଡା ଓ ମା ପ୍ରଭାବତୀ ତଥା ସାରା ପରିବାରକୁ ଦେଇଛନ୍ତି ।

(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.