ବେଲଗୁଣ୍ଠା,୧୭/୦୫(ପିପିଟି):ବେଲଗୁଣ୍ଠା ପେଣ୍ଠ ସାହି ନିବାସୀ ତଥା ସ୍ଵର୍ଗତ ସମାଜସେବୀ ମୃତ୍ୟୁଞ୍ଜୟ ପାତ୍ରଙ୍କ ଧର୍ମପତ୍ନୀ ଚିନଂ ଲକ୍ଷ୍ମୀବାଇ ପାତ୍ରଙ୍କ ୮୩ ବର୍ଷ ବୟସରେ ପରଲୋକ ଘଟିଛି । ସେ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡିତ ଥିଲେ । ସେ ବେଲଗୁଣ୍ଠା କାଉନସିଲର୍ ପ୍ରତିନିଧି ଚିଦାନନ୍ଦ ପାତ୍ରଙ୍କ ମାତା ଅଟନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗୀୟା ପାତ୍ରଙ୍କ ବାସଭବନରେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଚିଦାନନ୍ଦ ପାତ୍ର, ମହେଶ୍ଵର ପାତ୍ର,ଜଗନ୍ନାଥ ପାତ୍ର ଏବଂ ବାଳକୃଷ୍ଣ ପାତ୍ରଙ୍କ ସମେତ ସମସ୍ତ ପୁତ୍ରବଧୁ ଉପସ୍ଥିତ ଥିଲେ । ଲକ୍ଷ୍ମୀବାଇଙ୍କ ମର ଶରୀରକୁ ବେଲଗୁଣ୍ଠା ଶ୍ମଶାନକୁ ଏକ ଶୋଭାଯାତ୍ରାରେ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଚିଦାନନ୍ଦ ମୁଖାଗ୍ନି ଦେଇଥିଲେ । ସେ ଜଣେ ପରୋପକାରୀ, ଧର୍ମପରାୟଣା ଏବଂ ମିଷ୍ଠଭାଷୀ ମହିଳା ହୋଇଥିବାରୁ ତାଙ୍କ ବିୟୋଗରେ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Prev Post