କାଳ ବୈଶାଖୀରେ ଜନ ଜୀବନ ଅସ୍ତବ୍ୟସ୍ତ ।

0 241

ଭଞ୍ଜନଗର,୧୬/୦୫(ପିପିଟି): ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ୨୧ଦିନ ଧରି ଅନୁଷ୍ଠିତ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ହସ୍ତଶିଳ୍ପ ପ୍ରଦର୍ଶନୀ,ମିନା ବଜାର, ରାମ ଦୋଳି,ସାଂସ୍କୃତିକ କାର୍ଯ୍ୟକ୍ରମ, ଅପେରା ପରିବେଷଣ କରାଯାଉଥିଲା । ଯାହାକୁ ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହୁଥିଲା। ହେଲେ ଆଜି ସାଢ଼େ ଦୁଇଟା ସମୟରେ ହାଠାତ୍ ଖୁବ ଜୋରରେ ମେଘ ପବନ ମାଡ଼ି ଆସିଥିଲା। ଏକ ଘଣ୍ଟା ଧରି କାଳ ବୈଶାଖୀ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ସବ ରେଜିଷ୍ଟର କାର୍ଯ୍ୟାଳୟ ସାମ୍ନାରେ ଥିବା ଲାଇଟ ଗେଟଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ି ଯାଇଥିଲା। ହନୁମାନ ମନ୍ଦିର ନିକଟରେ ଥିବା ଲାଇଟ ଗେଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।ସେହିପରି ବାଇପାସ ରୋଡ଼ରେ ଅପେରା ପେଣ୍ଡାଲ ଓ ମିନା ବଜାରର ଟେଣ୍ଟ ଉଡ଼ି ଯାଇଥିବା ବେଳେ ବହୁ ଜିନିଷପତ୍ର ମଧ୍ୟ ନଷ୍ଟ ହୋଇଛି।ଅନେକ ସ୍ଥାନରେ ଗଛ ଡାଳ ରାସ୍ତା ଉପରେ ଓ ବିଦ୍ୟୁତ ତାରରେ ପଡ଼ି ଛିଣ୍ଡି ଯାଇଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।ସେହିପରି ଡିଏଫ୍ଓଙ୍କ ବାସଭବନ ସାମ୍ନାରେ ଏକ ଗଛ ଡାଳ ପଡି ଆଇ ଲଭ୍ ଭଞ୍ଜନଗର ସେଲ୍ଫି ପଏଣ୍ଟ ଉପରେ ପଡିଥିଲା। ଏଥିସହ କେତେ ଲୋକଙ୍କ ଘର ଭାଙ୍ଗି ଯାଇଥିବାରୁ ରାଜସ୍ବ ବିଭାଗ କ୍ଷୟକ୍ଷତି ଆକଳନ କରି ଫେରିଛି।ଆଜି ବର୍ଷା ହେବା ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ହେଲେ ବହୁ ଯାତ୍ରାପ୍ରେମୀ ନିରାଶ ହୋଇଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.