ବଢୁଛି ଗ୍ରୀଷ୍ମ ପ୍ରବାହ କିନ୍ତୁ ଖୋଲୁନି ଜଳ ଛତ୍ର।

0 226

ବୋଲଗଡ୧୬/୦୫(ପିପିଟି):ରାଜ୍ୟ ରେ ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି, ଫଳରେ ଦିନ ୯ଟା ହେଲେ ବିଭିନ୍ନ କାର୍ଯ୍ୟନେଇ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜଳ ଯୋଗାଣ ର ବିଭିନ୍ନ ଜନ ହିତକର ଯୋଜନା କରିବା ସହିତ ଗାଁ କଲ୍ୟାଣ ସମିତି ପକ୍ଷରୁ ଜଳଛତ୍ର ଖୋଲିବା ବ୍ୟବସ୍ଥା ଥିବାବେଳେ ଆଜି ପର୍ଯ୍ୟନ୍ତ ଜଳଛତ୍ର ନଖୋଲିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି । ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ବାଟୋଇ ପାଣି ମନ୍ଦେପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି । ଖରାରେ ଯାତାୟାତ ସମୟରେ ପିଇବା ପାଣିର ଅଭାବ ହେତୁ ଅଂଶୁଘାତ ବୃଦ୍ଧିପାଇବାରେ ଲାଗିଛି । ବୋଲଗଡ ବ୍ଲକ ଅଞ୍ଚଳରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଥିବା ବେଳେ କେବଳ ଦିନ ଯାକରେ ଗୋଟିଏ ଥର ୧ଘଣ୍ଟା ଜଳ ଯୋଗାଣ କରିବା ଯଥେଷ୍ଟ ନୁହେଁ । ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଯୋଗୁଁ ନଳକୂପ ଖନନରେ ସଂଖ୍ୟା କମିଅଛି । ଏହାର ତୁରନ୍ତ ସମାଧାନ ନିମନ୍ତେ ପ୍ରତି ଛକରେ ଜଳ ଛତ୍ର ଖୋଲିବା ପାନୀୟ ଜଳ ଯୋଗାଣ ସମୟ ବୃଦ୍ଧିକରିବା ସହିତ ଦିନକୁ ୩ଘଣ୍ଟା ଜଳ ଯୋଗାଣ କରିବା, ବିଭିର୍ଣ୍ଣ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବୋଲଗଡ ବ୍ଲକ ଅଞ୍ଚଳର ସମସ୍ତ ଜନ ସାଧାରଣ ମାନେ ଦୃଢ଼ ଦାବି କରିଅଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.