ବ୍ରହ୍ମପୁର,୧୪/୦୫(ପିପିଟି):ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ ଗଞ୍ଜାମ ଶାଖା ପକ୍ଷରୁ ମହାନ୍ ସଙ୍ଘ ଦ୍ଵାରା ପରିଚାଳିତ ରାମଚନ୍ଦ୍ରପୁର ସ୍ଥିତ ବିଶ୍ଵ ନିକେତନ ଜରା ନିବାସରେ ଆଜି ମାତୃ ଦିବସ ପାଳିତ ହୋଇଯାଇଛି। ମାରୱାଡ଼ି ଯୁବ ସମ୍ମିଳନୀ ରବି ଚୌଧୁରୀଙ୍କ ସାହୋଜୋଗରେ ସଭାନେତ୍ରୀ ସୀମା ଚୌଉଧରିଙ୍କ ସଂଯୋଜନା ରେ ସମ୍ପାଦିକା ସୁମନ ସରାଫ, କୋଷାଧ୍ୟକ୍ଷ। ପ୍ରଭା ସୁରେଖା,ଶଶି ମୋରେ ପ୍ରମୁଖ ଯୋଗ ଦେଇ ଅନ୍ତେଃବାସୀ ମାନଙ୍କୁ ବସ୍ତ୍ର,ମିଷ୍ଟାନ୍ନ, ଜୁସ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରତିଷ୍ଠାର ସୁଶାନ୍ତ କୁମାର ସାବତ ଯୋଗଦେଇ ମାରୱାଡ଼ି ସମାଜର କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉଷା ପାଢ଼ୀ,ବାଳକୃଷ୍ଣ ସାମନ୍ତରା,ମମତା ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ।