ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ଯାଳୟର ବରିଷ୍ଠ ରାଜସ୍ବ ସହାୟକ।

0 253

ଛତ୍ରପୁର,୧୨/୦୫(ପିପିଟି): ଘର ପଟ୍ଟା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଛତ୍ରପୁର ତହସିଲ କାର୍ଯ୍ଯାଳୟର ବରିଷ୍ଠ ରାଜସ୍ବ ସହାୟକ ସ୍ବାତୀ ସୁଚିତ୍ରା ପାତ୍ର। ଛତ୍ରପୁରର ଭି.ଦିଲ୍ଲୀପ କୁମାର ନିଜ ପଟ୍ଟା ପାଇଁ ଦୀର୍ଘଦିନ ହେବ ଯିବା ପରେ ଲାଞ୍ଚ ନଦେଲେ କାର୍ଯ୍ଯ ହେବା ସମ୍ଭବ ନୁହେଁ ବୋଲି ଜାଣିଲେ। ଏ ସମ୍ପର୍କରେ ବ୍ରହ୍ମପୁର ଭିଜିଲାନ୍ସ ସହିତ ଯୋଗାଯୋଗ କରି ଲାଞ୍ଚ ମାଗିଥିବା ବରିଷ୍ଠ ରାଜସ୍ବ ସହାୟକଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେବେବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ କେସ ନମ୍ବର ୪/୨୩ ରେ ମାମଲା ଦାୟର ହୋଇଛି।

Leave A Reply

Your email address will not be published.