ପୁଣି ସକ୍ରିୟ ଲାଲ୍ ବାହିନୀ,ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା ।

0 236

କନ୍ଧମାଳ,୧୧/୦୫(ପିପିଟି):କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ଲାଲ୍ ବାହିନୀ। ବୁଧବାର ବିଳମ୍ବିତ ରାତିରେ ୧୫ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଘରୁ ବାହାରକୁ ଡାକି ନେଇ ନିଜ ବାରିଆଡେ ହିଁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ। ସୂଚନା ମୁତାବକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମୋରବନ୍ଧ ପଞ୍ଚାୟତର ସାଉଲ୍ ପଡ଼ା ଠାରେ ସୁବଳ କହଁରଙ୍କ ଘରେ ସୋଇଥିବା ସମୟରେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକି ନେଇ ସୁବଳଙ୍କ ଘର ଠାରୁ ଦୁଇଶହ ମିଟର ଦୂରରେ ପାଖାପାଖି ଚାରି ରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଛନ୍ତି। ସୁବଳ ଜଣେ ପୂର୍ବତନ ସରପଞ୍ଚ ବୋଲି ଜଣା ପଡିଛି। ଆଗରୁ ସେ ମାଓବାଦୀ ଟାର୍ଗେଟ ରେ କୁଆଡେ ଥିଲେ । କେଉଁ କାରଣରୁ ସୁବଳଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସେହି ଗ୍ରାମ ଜନଶୂନ୍ୟ ହୋଇଥିବା ବେଳେ ମାଓବାଦୀଙ୍କ ଟାର୍ଗେଟରେ ଥିବା ଜାଣି ସେ ଗାଁ ଛାଡ଼ି ବାଲିଗୁଡା ଅଞ୍ଚଳରେ ରହୁଥିଲେ। ତେବେ ଗ୍ରାମ ନିକଟରେ ସିଆରପି କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସୁବଳ ଏଇ ତିନି ମାସ ହେଲା ଗ୍ରାମକୁ ଆସି ନିଜ ଘରେ ରହୁଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.