ବୋଲଗଡ଼,୧୧/୦୫(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମପଞ୍ଚାୟତର ପାଟବନ୍ଧ ଗ୍ରାମର ପଶ୍ଚିମଶ୍ୱରଙ୍କ ପୋଖରି ଯାହାକି ପାଟବନ୍ଧ ଗ୍ରାମବାସୀ ମାନେ ସ୍ନାନାଦି କାର୍ଯ୍ୟ କରିଥାନ୍ତି।ଗ୍ରାମରେ ମୋଟ୍ ୧୩୦ଟି ପରିବାର ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଦୁଃଖର ବିଷୟ ଏଠାରେ ଗ୍ରାମବାସୀ ମୁଣ୍ଡ ଉପରେ ସଦାସର୍ବଦା ବିପଦ ଝୁଲି ରହିଅଛି। କାରଣ ଠିକ୍ ପୋଖରୀ ମଝି ଉପର ଦେଇ ଟ୍ରାନ୍ସଫର୍ମର ରୁ ଏଲ୍ ଟି ମୁକୁଳା ତାରଗ୍ରାମକୁ ସଂଯୋଗ କରାଯାଇ ଅଛି। ଏପରିକି ତାରଗୁଡିକ ସମ୍ପୁର୍ଣ୍ଣ ତଳକୁ ଓହୋଳିକି ରହିଛି। ଯାହାକି ସ୍ନାନାଦି କରୁଥିବା ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି ନହେବ ଯେ ଏ କଥା କିଏ କହିପାରିବ। ଗ୍ରାମବାସୀ ବିଦ୍ୟୁତ ବିଭାଗ କୁ ଏହି ବିଷୟରେ ଏପରି ୪୦ ବର୍ଷହେବ ବାରମ୍ଵାର ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ତାହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ପାରିଲେ ନାହିଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଦ୍ୟୁତ ବିଭାଗର କୌଣସି ପ୍ରତିକ୍ରିୟା ନାହିଁ । ଦେଖାଯାଉ ବିଦ୍ୟୁତ ବିଭାଗର ନିଦ୍ରାକେବେ ଭାଙ୍ଗୁଛି। ଯଦି ଭବିଷ୍ୟତରେ ଗ୍ରାମ ବାସୀ ଲୋକ ମାନଙ୍କ ପାଇଁ ବିପଦ ସୃଷ୍ଟି ହେବ ସେଥିପାଇଁ ଦାୟି ରହିବ କିଏ ? ତାହାହିଁ ପ୍ରଶ୍ନବାଚି ସୃଷ୍ଟି କରିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)