ମନ୍ଦିରରେ ଦୀପରୁ ନିଆଁ ଲାଗି ମହିଳାଙ୍କ ମୃତ୍ୟୁ ।

0 386

ଭଞ୍ଜନଗର,୧୦/୦୫(ପିପିଟି):ତାରସିଂ ଥାନା ଅନ୍ତର୍ଗତ ଗେରେଡା ଗ୍ରାମର ଖଦାଳ ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ସନ୍ତୋଷ ନାୟକଙ୍କ ପତ୍ନୀ ମାଳତୀ ନାୟକ(୨୭) ମନ୍ଦିରରେ ଦୀପରୁ ନିଆଁ ଲାଗି ଗୁରୁତର ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମାଳତୀ ମାନସିକ ପୂରଣ ଉଦ୍ଦେଶ୍ୟରେ ନିକଟସ୍ଥ ଜଙ୍ଗଲରେ ଥିବା ପେଣ୍ଡରା ବାଲି ମନ୍ଦିରକୁ ଯାଇ ସେଠାରେ ଠାକୁରଙ୍କ ସାମ୍ନାରେ ଦୀପ ଜାଳି ଗୁହାରିଆ ପଡ଼ିଥିଲେ। ହେଲେ ଅସାବଧାନତା କାରଣରୁ ଦୀପ ନିଆଁ ମାଳତୀର ଲୁଗାରେ ଲାଗି ଯାଇଥିଲା । ଫଳରେ ଶରୀରର ଅନେକ ଅଂଶକୁ ନିଆଁ ବ୍ୟାପି ଯିବାରୁ ମାଳତୀ ଅନ୍ୟ ଉପାୟ ନପାଇ ଜୀବନ ବିକଳରେ ଦୌଡ଼ି ଯାଇ ନିକଟରେ ଥିବା ଏକ କୂଅ ଭିତରକୁ ଡେଇଁ ପଡ଼ିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ କୂଅରେ ପଡିରହିବା ପରେ ତାଙ୍କର ଚିତ୍କାର ଶୁଣି ସେହି ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ତାଙ୍କୁ ଗୁରୁତର ଅବସ୍ଥାରେ କୂଅ ଭିତରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ଆଣିଥିଲେ। ତାର ଶରୀରର ପ୍ରାୟ ୭୦ଭାଗ ପୋଡ଼ି ଯାଇଥିବାରୁ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.