ପୋଲସରା ଓକିଲ ସଙ୍ଘ ପକ୍ଷରୁ ମଧୁ ବାବୁଙ୍କ ଜୟନ୍ତୀ ପାଳିତ।

0 223

ପୋଲସରା,୨୮/୦୪(ପିପିଟି):ଆଜି ପୋଲସରା ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବି ଗୌରହରି ବିଷୋୟୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ କୋଦଳା ବାର ର ବରିଷ୍ଠ ଆଇନଜୀବି କେ ମୋହନ ରାଓ ଦୋରା,ସଭାପତି ସୁଶାନ୍ତ କୁମାର ସାହୁ,ସମ୍ପାଦକ କବିରାଜ ଦାସ ,
ଉପ ସଭାପତି ବଳରାମ ପ୍ରଧାନ , ସହ ସମ୍ପାଦକ ଏ ପ୍ରଶାନ୍ତ କୁମାର ଆଚାରୀ ଓ କୋଷାଧ୍ୟକ୍ଷ ପ୍ରହ୍ଲାଦ ବିଷୋୟୀ ପ୍ରମୁଖ ମଧୁ ବାବୁଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖି ମଧୁ ବାବୁଙ୍କୁ ଆଇନଜୀବୀ ମାନଙ୍କ ଗର୍ବ ଓ ଗୌରବ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବି ବ୍ରଜେନ୍ଦ୍ର ସାହୁ , ବ୍ରଜବନ୍ଧୁ ଦଳବେହେରା , ଜ୍ୟୋତିର୍ମୟ ପଟ୍ଟନାୟକ,ଲକ୍ଷ୍ମୀକାନ୍ତ ପାଢ଼ୀ,ପ୍ରଶାନ୍ତ କୁମାର ସାହାଣୀ, ଶରତ ଚନ୍ଦ୍ର ପ୍ରଧାନ,ଶରତ ଚନ୍ଦ୍ର ପଟ୍ଟନାୟକ,ସୁଶାନ୍ତ କୁମାର ମଳିକ,ସଚିଦାନନ୍ଦ ପାଣିଗ୍ରାହୀ,ସିମାଞ୍ଚଳ ହୋତା,ହର ପ୍ରସାଦ ଦାସ, ହରି ହର ସାହୁ , ଅନିଳ ମହାଙ୍କୁଡ,ସୀତାକାନ୍ତ ମିଶ୍ର , ଦେବାଶିଷ ପାତ୍ର,ରଜନୀକାନ୍ତ ପ୍ରଧାନ ଏବଂ ଅଗସ୍ତି ବରାଡ ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସଫଳ କରିଥଲେ। ଶେଷରେ ରତ୍ନାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.