କଇରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଜବରଦଖଲ ଉଛେଦ ।

0 223

ଉଲୁଣ୍ଡା,୨୭/୦୪(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆଜି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାନୁସାରେ ଉକ୍ତ ସ୍କୁଲ ପରିସରକୁ ଗ୍ରାମର କିଛି ଅସାଧୁ ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରି ନିଜ ଅକ୍ତିଆରରେ ରଖିଥିଲେ । ପୂର୍ବରୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ତତ୍କାଳୀନ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଠାରେ ଅଭିଯୋଗ କରାଯାଇଥିବା ବେଳେ ଆଜି ସ୍ଥାନୀୟ ସରପଞ୍ଚ ନିବେଦିତା ମିଶ୍ରଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ନିର୍ଦେଶରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣୀ ଭୋଇ ବୀରମହାରାଜପୁର ଆଇଆଇସି ପଦ୍ମାସିନୀ ମେହେର,ଉଲୁଣ୍ଡା ତହସିଲଦାର ଦିଲୀପ କୁମାର ମାଝୀ ସଦଳବଳେ ପହଞ୍ଚି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଉଚ୍ଚଡ଼ କାର୍ଯ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲେଖରାଜ ସାଗର,ଜାଲୋଏ ସରପଞ୍ଚ ନିବେଦିତା ମିଶ୍ରଙ୍କ ସମେତ ସ୍କୁଲ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଦୀର୍ଘଦିନର ପରିଶ୍ରମର ଫଳ ସ୍ୱରୂପ ଜବରଦଖଲ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀ ବେଶ ଉତ୍ସାହିତ ଥିବାବେଳେ ଜବରଦଖଲକାରୀ ମାନଙ୍କ ମଧ୍ୟରେ ବୟର ବାତାବରଣ ଖେଳି ଯାଇଛି । ଏହିଭଳି ଆଗକୁ ଅଞ୍ଚଳରେ ଜବରଦାଖଲ ହୋଇଥିବା ସରକାରୀ ଜମିକୁ ଖୁବ ଶୀଘ୍ର ଉଚ୍ଛେଦ ପ୍ରକ୍ରିୟା ତୀବ୍ରତର କରାଯିବ ବୋଲି ଉଲୁଣ୍ଡା ତହସିଲଦାର ଶ୍ରୀ ମାଝୀ ଏବଂ ଏସଡିପିଓ ଶ୍ରୀ ଭୋଇ ପ୍ରତିଶୃତି ଦେଇଛନ୍ତି ।

(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.