ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକସଂଘ ତରଫରୁ ବିଇଓଙ୍କ ସହ ଆଲୋଚନା ଏବଂ ସ୍ମାରକପତ୍ର ପ୍ରଦାନ ।

0 232

ବେଲଗୁଣ୍ଠା,୨୭/୦୪(ପିପିଟି):ଆଜି ବେଲଗୁଣ୍ଠା ବ୍ଳକ୍ ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହିତ ସ୍ମାରକପତ୍ର ପ୍ରଦାନ ପ୍ରଦାନ କରାଯାଇଛି । ଆଜି ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥୁରେ ସଂଘ ସମ୍ପାଦକ ମନୋରଞ୍ଜନ ବିଷୋୟୀ ଗତ ସାଂଗଠନିକ ବୈଠକର ବିବରଣୀ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଶଙ୍କରନାରାୟଣ ସେଠୀ ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ଏହା ସହିତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଆଲୋଚନା ହୋଇଥିଲା । ବିଶେଷ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଫ୍ୟାମିଲି ପେନସନ୍ ସମସ୍ୟା,ସେବା ପୁସ୍ତିକା ନବୀକରଣ ସହିତ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ ସଂଘ ମାଧ୍ୟମରେ ସମାଧାନ କରିବାକୁ ସ୍ଥିର କରାଯାଇଥିଲା । ଏହା ସହିତ ରାଜ୍ୟ ପିଷ୍ଟା ସଂଘ ତରଫରୁ ଆସନ୍ତାମାସରେ ଗୋପାଳପୁରରେ ହେବାକୁ ଥିବା ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରାଗଲା । ବୈଠକପରେ ସଂଘ କର୍ମକର୍ତ୍ତା ମାନେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ସାକ୍ଷାତ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିବା ସହିତ ଏବିଇଓ ଭାଗ୍ୟଲତା ପ୍ରଧାନ,ପ୍ରତିଭା ରଥ ଏବଂ ବରିଷ୍ଠ କିରାଣୀ ଶରତଚନ୍ଦ୍ର ରଥଙ୍କ ଉପସ୍ଥିତିରେ ବିଇଓ ଶ୍ରୀ ବେହେରାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ବୈଠକରେ ସଂଘ କର୍ମକର୍ତ୍ତାଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ନିକୁଞ୍ଜ ନାୟକ, କ୍ଲଷ୍ଟର୍ ଇନ୍ ଚାର୍ଜ୍ ଅଚ୍ୟୁତ ବ୍ରହ୍ମା,ବିଦେଶୀ ବାଡତ୍ଯା,ସୁଧୀର ଦାସ, ମନୋଜ ପଟ୍ଟନାୟକ,ଚନ୍ଦନ ପଟ୍ଟନାୟକ,ସନ୍ତୋଷ ନାୟକ, କେଦାର ନାଥ ନାୟକ, ଶିଶିର କୁମାର ସ୍ଵାଇଁ, ସଂଘ ସଦସ୍ୟ ଶୀତଳ ପ୍ରସାଦ ଜେନା, କାର୍ତ୍ତିକେୟ ସେଠୀ, ଗୌରାଙ୍ଗ ମଲ୍ଲିକ,କାହ୍ନୁ ଚରଣ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ସଂଘ ଉପସଭାପତି ଶଲ୍ୟ କୁମାର ସିଅ ଧନ୍ୟବାଦ ଜ୍ଞାପନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.