ଗଞ୍ଜାମ ଟ୍ରକ ମାଲିକ ସଂଘ, ଭଞ୍ଜନଗର ଶାଖାର ରୌପ୍ୟ ଜୟନ୍ତୀ ସମାରୋହ ।

0 257

ଭଞ୍ଜନଗର,୨୭/୦୪(ପିପିଟି): ଗଞ୍ଜାମ ଟ୍ରକ ମାଲିକ ସଂଘ, ଭଞ୍ଜନଗର ଶାଖାର ୨୫ବର୍ଷ ପୂର୍ତ୍ତି ପାଳନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଉଁଶ ଲୁଣ୍ଡି ବାଇପାସ ରୋଡ଼ ଠାରେ କାର୍ଯ୍ୟାଳୟର ଉପର ମହଲା ନୂତନ କୋଠାକୁ ବୁଧବାର ଉଦଘାଟକ ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗ ଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଗଞ୍ଜାମ ଟ୍ରକ ମାଲିକ ସଂଘ ବ୍ରହ୍ମପୁରର ସମ୍ପାଦକ ରଞ୍ଜିତ କୁମାର ପଣ୍ଡା,ଉପସଭାପତି କାଳୁ ଚରଣ ସ୍ୱାଇଁ ଯୋଗ ଦେଇଥିଲେ।ଦେଶର କୋଣ ଅନୁକୋଣରେ ମାଲ ପରିବହନ କ୍ଷେତ୍ରରେ ଟ୍ରକ ଭଳି ଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ବିଶେଷ କରି ଗତ ଲକଡ଼ାଉନ ସମୟରେ ସବୁ କିଛି ବନ୍ଦ ହୋଇ ଯାଇଥିବା ବେଳେ ଟ୍ରକ ସାହାଯ୍ୟରେ ମାଲ ପରିବହନ ଯୋଗୁଁ ବହୁ ଲୋକ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ପାଇ ଉପକୃତ ହୋଇଥିଲେ। ତେଣୁ ଟ୍ରକ ମାଲିକ ମାନଙ୍କ ନିରନ୍ତର ସହଯୋଗରେ ସେସବୁ ସମ୍ଭବ ହୋଇପାରିଛି ବୋଲି ଅତିଥିମାନେ କହିଥିଲେ। ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ଶାଖାରେ ପ୍ରାୟ ୨ଶହ ଟ୍ରକ ସେବା ଯୋଗାଇ ଆସୁଛି।ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଟ୍ରକ ମାଲିକ ସଂଘ ଭଞ୍ଜନଗର ଶାଖାର ସଭାପତି ବିରଜା କାନ୍ତ ସାବତ, ସମ୍ପାଦକ ଶିବରାମ ପାଢ଼ୀ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ଜେନା,ସହ ସମ୍ପାଦକ ମନୋଜିତ ଜେନା, କୋଷାଧ୍ୟକ୍ଷ ହେମନ୍ତ କୁମାର ମହାପାତ୍ରଙ୍କ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.