ସ୍ବାଭିମାନ ଅଞ୍ଚଳରେ ସେତୁ ନିର୍ମାଣ ପାଇଁ ଚିଠି ଲେଖିଲେ ସାଂସଦ ।

0 262

ମାଲକାନଗିରି,୧୯/୦୪(ପିପିଟି):ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳରେ ଏକ ମାତ୍ର ଗୁରୁପ୍ରିୟା ସେତୁ ନିର୍ମାଣ ହେଲା ପରେ କିଛି ପରିମାଣରେ ସଂଯୋଗିକରଣ ସମ୍ଭବ ହୋଇଥିଲେ ମଧ୍ଯ ଆଉ ଏକ ଗୁରୁପ୍ରିୟା ସେତୁ ପରି ଦୀର୍ଘ ସେତୁର ଆବଶ୍ଯକତା ରହିଛି ଆଜିର ସ୍ବାଭିମାନ ଅଞ୍ଚଳରେ । ଏଥି ପାଇଁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତ କରାଇଥିବା ଜଣାପଡିଛି ।ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ପ୍ରଥମ ଥର ପାଇଁ ଗତ ୬ ତାରିଖରେ ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦୃତ ଆଦିବାସୀ ବହୁଳ ମାଓ ପ୍ରବଣ ଉପାନ୍ତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ନିକଟସ୍ଥ ଯନ୍ତ୍ରୀକୁ ଜଳପଥ ଦେଇ ଲଞ୍ଚ ଯୋଗେ ୪୦ କିଲୋମିଟର ଜଳପଥ ଦେଇ ସ୍ଥାନୀୟ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଗ୍ରାମବାସୀମାନେ ଆନନ୍ଦ ଉଲ୍ଲାସରେ ସାଂସଦ ଶ୍ରୀମାଝିଙ୍କୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ । ଏହିନକାର୍ଯ୍ଯକ୍ରମରେ ଯନ୍ତ୍ରୀ ବାସୀଙ୍କ ମୁଖ୍ୟ ନିବେଦନ ଥିଲା ଯନ୍ତ୍ରୀ ଠାରୁ ପ୍ରାୟ ଏକ କିଲୋମିଟର ଦୂର ଆରାପଦର ଠାରୁ ମୁଦୁଲିଗୁଡାକୁ ସଂଯୋଗ ନିମନ୍ତେ ଏକ ସେତୁ ନିର୍ମାଣ କରିବା ପାଇଁ । ଏହି ସେତୁ ନିର୍ମାଣ ହେଲେ ଯନ୍ତ୍ରୀ ଓ ଅଣ୍ଡିରାପାଲ୍ଲୀ ସମେତ ଆଖପାଖ ପଡୋଶୀ ପଞ୍ଚାୟତର ଲୋକମାନେ କମ ସମୟରେ ବାୟାପଡା ଓ ମୁଦୁଲିଗୁଡା ଦେଇ ଶୀଘ୍ର ପହଞ୍ଚି ପାରିବେ । ଶ୍ରୀ ମାଝୀ ଅଞ୍ଚଳବାସୀଙ୍କ ସମସ୍ୟାକୁ ଅନୁଧ୍ୟାନ କରି ସେତୁ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏକ କିଲୋମିଟର ବିଶିଷ୍ଟ ଦ୍ବିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ କରିବା ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଥିବା ଜଣା ପଡିଛି ।ଏହି ସେତୁ ନିର୍ମାଣ କରାଗଲେ ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ, ଅଣ୍ଡିରାପାଲ୍ଲୀ,ନାକାମାମୁଡି ତଥା ପଡୋଶୀ ପଞ୍ଚାୟତବାସୀ ଉପକୃତ ହେବେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave A Reply

Your email address will not be published.