ଭାରତର ଶ୍ରେଷ୍ଠ ବ୍ଲକ ହିଞ୍ଜିଳି ଓ ଗଞ୍ଜାମ ଜିଲ୍ଲା ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ ପାଇଁ ଘୋଷିତ ।

0 283

ହିଞ୍ଜିଳିକାଟୁ,୦୮/୦୪(ପିପିଟି): କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ପଞ୍ଚାୟତର ବିକାଶ ଓ ଉନ୍ନୟନ ନେଇ ସର୍ଭେରୁ ପୁରସ୍କାର ପାଇଁ ଘୋଷଣା କରିଛନ୍ତି ।ଦେଶରେ ଥିବା ସମସ୍ତ ରାଜ୍ୟରେ ମଧ୍ୟ ଏନେଇ ଚେଷ୍ଟା ଜାରୀ ରହିଛି ପଞ୍ଚାୟତର ବିକାଶ । ସେହିଭଳି ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ମଧ୍ୟ ବିକାଶ ନେଇ ଚେଷ୍ଟା ଜାରିରହିଥିଲା । ପ୍ରତି ବ୍ଳକର ଉନ୍ନତି ଓ ବିକାଶ ଜନପ୍ରତିନିଧି,ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଗଞ୍ଜାମ ଜିଲ୍ଲା ଭାରତର ଶ୍ରେଷ୍ଠ ହୋଇପାରି ପୁରସ୍କାର ପାଇଁ ଯୋଗ୍ଯ ବିବେଚିତ ହୋଇପାରିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କାର ପାଇଛି । ମୋଟ ୬୬୧୨ ବ୍ଳକ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ଶ୍ରେଷ୍ଠ ଘୋଷିତ ନେଇ ପଞ୍ଚାୟତରାଜ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ ଅର୍ଥନୈତିକ ପରାମର୍ଶଦାତା ଚିଠି ୧୧୦୧୯/୧୮/୨୦୨୦ ତାରିଖ ୭/୦୪/୨୩ରେ ତାଲିକାରେ ପ୍ରକାଶ କରିଛନ୍ତି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ପୁରସ୍କାର ହିଞ୍ଜିଳିକାଟୁ ବ୍ଳକର କଞ୍ଚୁରୁ ପଞ୍ଚାୟତ ୨ୟ ନଂ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ, ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ଭାବେ ୨ୟ ସ୍ଥାନରେ ଶାସନ ଆମ୍ବଗାଁ ପଞ୍ଚାୟତ ଘୋଷିତ ଅଛି । ସାମାଜିକ ସୁରକ୍ଷା ଭାବେ କୁଲାଡ ,ସ୍ପେଶାଲ କାଟୋଗରୀ ଭାବେ ପାତ୍ରପୁର ବ୍ଳକର ଅଙ୍କୁଳି ଉର୍ଜା ସ୍ଵରାଜ ବିକାଶ ପଞ୍ଚାୟତ ଭାବେ ଘୋଷିତ ହୋଇ ଶ୍ରେଷ୍ଠ ଗଞ୍ଜାମ ଜିଲ୍ଲା ଭାବେ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ ପାଇଁ ବିବେଚିତ ହୋଇଛି । ଆମ ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି ଙ୍କର ସକ୍ରିୟ ଭାଗିଦାରୀ ଓ ସହଯୋଗ ପାଇଁ ଆମେ ଆଜି ଦେଶରେ ଶ୍ରେଷ୍ଠ ବ୍ଲକ ଏବଂ ଗଞ୍ଜାମ ଜିଲ୍ଲା ଜାତୀୟ ପୁରସ୍କାର ପାଇଛି ବୋଲି ହିଞ୍ଜିଳି କାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା କହିଛନ୍ତି । ହିଞ୍ଜିଳି ଟିମର ସଦସ୍ୟ ହିସାବରେ ଆପଣ ସମସ୍ତଙ୍କୁ ମୋ ତରଫରୁ ତଥା ଜିଲ୍ଲା ପ୍ରଶାସନ ତରଫରୁ ହିଞ୍ଜିଳି କାଟୁ ବ୍ଲକର ସମସ୍ତ ସାଧାରଣ ଜନତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ବ୍ଲକର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଆପଣ ସମସ୍ତଙ୍କ ପ୍ରଚେଷ୍ଟା ଓ ସହଯୋଗ କାମନା କରୁଛି ବୋଲି ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର କହିଛନ୍ତି ।

Leave A Reply

Your email address will not be published.