ନୂତନ ଅନ୍ତେବାସିନୀ ବିଦ୍ୟାର୍ଥୀ ଚୟନ ନିମନ୍ତେ ଲଟେରୀ ଉଠାଣ ଉତ୍ସବ ।

0 235

କନ୍ଧମାଳ,୦୬/୦୪(ପିପିଟି):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡୀ ପଦର ଠାରେ ନୂତନ ଅନ୍ତେବାସି ବିଦ୍ୟାର୍ଥୀ ଚୟନ ନିମନ୍ତେ ଲଟେରୀ ଉଠାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଗତ କୋଭିଡ୍ ମହାମାରୀ ପରଠାରୁ ସରକାରୀ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ହେତୁ ଲଟେରୀ ବ୍ୟବସ୍ଥା ଗ୍ରହଣ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ଅନ୍ତେବାସିନୀ ବିଦ୍ୟାର୍ଥୀ ଭାବରେ ଚୟନ କରାଯାଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡ଼ୀପଦର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କମିଟିର ସଭାପତି ନବ କିଶୋର କହଁର, ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ଯୋଗ ଦେଇଥିବା ବେଳେ ଫିରିଙ୍ଗିଆ ବ୍ଲକର ୨୦୪ ଜଣ ଛାତ୍ରୀ ଷଷ୍ଠ ଶ୍ରେଣୀରେ ଅନ୍ତେବାସିନୀ ବିଦ୍ୟାର୍ଥୀ ଭାବରେ ରହିବାକୁ ଆବେଦନ କରିଥିଲେ । ଏହି ଉତ୍ସବରେ ଅଭିଭାବକ ମାନଙ୍କ ଦ୍ଵାରା ଲଟେରୀ ଉଠାଣ କରାଯାଇଥିବା ବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ୨୪ ଜଣ ଛାତ୍ରୀଙ୍କ ପାଇଁ ଉଠାଣ କରାଯାଇଥିଲା।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.