ବୋଲଗଡ,୨୯/ ୦୩ (ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ପିଚୁକୁଳି, ଚମ୍ପାଇଲୋ, ସାନପଦର,ସଂପୁର,ପଞ୍ଚୁକୋଟ, ଧଳାପଥର,ବଦ୍ଧିପାଟଣା ଓ ବୋଲଗଡ ଗ୍ରାମ ସମେତ ୨୭ ଗୋଟି ଗ୍ରାମରେ ଖଦୀ କାରିଗରୀ ମାନେ ସୂତା କାଟି ଜୀବିକା ନିର୍ବାହ କରୁଅଛନ୍ତି । ବୋଲଗଡ ବ୍ଲକରେ କ୍ଷୁଦ୍ର ହସ୍ତଶିଳ୍ପରେ ଏଠାର ଲୋକେମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇ ପରିବାର ପୋଷଣ କରୁଥିଲେ । ଖଦୀ କାର୍ଯ୍ୟକୁ ବିକାଶ କରିବା ପାଇଁ ସର୍ବପ୍ରଥମେ ୧୯୨୧ ମସିହା ବୋଲଗଡ ଠାରେ ଅଖିଳ ଭାରତ ଚରକ ସଙ୍ଘର ଏକ ଶାଖା ଗଠନ କରାଯାଇଥିଲା । ଏହି କ୍ରମରେ ସ୍ୱାଧୀନତା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ଆଗମନରେ କୁଟି ଖାଅ ଓ କାଟି ପିନ୍ଧର ନାରା ଦେଇ ୩ ଦିନ ବୋଲଗଡରେ ଅବସ୍ଥାନ କରିଥିଲେ । ଫଳରେ ସେବେ ଠାରୁ ଖଦୀ କାରିଗର ମାନେ ହାତ ତିଆରି ଖଦୀ କପଡାକୁ ଅନ୍ତଜିଲ୍ଲା ତଥା ରାଜ୍ୟ ବାହାରକୁ ରପ୍ତାନି କରୁଥିଲେ । ସେତେବେଳ ଖଦୀ କାରିଗର ମାନକ ବିକାଶ ପାଇଁ ଚମ୍ପାଇଲୋ, ରାଜସୁନାଖଳା ଓ ବୋଲଗଡ଼ ରେ ଖଦୀ କେନ୍ଦ୍ର ସ୍ଥାପନ କରାଯାଇଥିଲା । ସମୟ କ୍ରମେ ସରକାରୀ ଆନ୍ତରିକତା ଅଭାବରୁ ବୋଲଗଡ ବ୍ଲକ ଅଞ୍ଚଳରେ ଲୋପ ପାଇବାକୁ ବସିଲାଣି ଖଦୀ ସାମଗ୍ରୀ ଉତ୍ପାଦନ । ଖଦୀ କାରିଗର ମାନକ କମ୍ ପାରିଶ୍ରମିକ ଯୋଗୁଁ ଜୀବିକା ଛାଡ଼ିବାକୁ ବସିଲେଣି ଖଦୀ କାରିଗର। ବୋଲଗଡ଼ର ବାମନ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଖଦୀ କେନ୍ଦ୍ର ଆଜି ଏହାର ମୂକ ସାକ୍ଷୀ ପାଲଟିଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଶ୍ରମିକ ମାନଙ୍କୁ ସ୍ବତନ୍ତ୍ର ସରକାରୀ ସହାୟତା ଯୋଗାଉଥିବା ବେଳେ ଖଦୀ କାରୀଗର ମାନେ ଏଥିରୁ ନିରାଶ ହେବାକୁ ପଡ଼ିଛି ବୋଲି କାରିଗର ମାନେ ପ୍ରକାଶ କରିଅଛନ୍ତି । ତେଣୁ ରାଜ୍ୟ ସରକାର,ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଖଦୀ କାରୀଗର ମାନେ ଅନୁରୋଧ କରିଅଛନ୍ତି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )