ଭଞ୍ଜନଗର,୨୯/୦୩(ପିପିଟି):ଭଞ୍ଜନଗର ଥାନାରେ କାର୍ଯ୍ୟରତ ସବ୍ ଇନ୍ସପେକ୍ଟର କେଶବ ଷଢଙ୍ଗୀ ଗଞ୍ଜାମ ଜିଲ୍ଲାର ଏକ ମାତ୍ର ସବ ଇନିସ୍ପେକ୍ଟର ଭାବେ ଡିଜିପି ଡିସ୍କ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଜଣାପଡିଛି । ଆସନ୍ତା ଏପ୍ରିଲ ୧ତାରିଖରେ ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ସେ ଏହି ପୁରସ୍କାର ଭୁବନେଶ୍ୱର ଠାରେ ପୁଲିସ୍ ଡିଜିପିଙ୍କ ଠାରୁ ପାଇବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ପୁଲିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡିଜିପିଙ୍କ ଠାରୁ ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଛନ୍ତି। ଭୂବନେଶ୍ବର ଠାରେ ପୁଲିସ୍ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଡିଜିପି ରାଜ୍ୟରେ ପୁଲିସ୍ ସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା କିଛି ପୁଲିସ୍ ଅଧୀକାରୀଙ୍କୁ ସମ୍ବର୍ଦ୍ଧିତ କରିବା ନେଇ ଚୟନ କରିଥିବା ବେଳେ ସେଥିରେ ଶ୍ରୀ ଷଢଙ୍ଗୀଙ୍କ ନାମ ରହିଛି। ତାଙ୍କ ନିଜ ଘର କଟକ ଜିଲ୍ଲା ଚୌଦ୍ୱାର ଠାରେ ହୋଇଥିବା ବେଳେ ସେ ୨୦୧୭ ମସିହାରେ ଚାକିରୀରେ ଯୋଗ ଦେଇ ଏକ ବର୍ଷ ଟ୍ରେନିଂ ପରେ ବଲାଙ୍ଗୀର ଠାରେ ଦେଢ଼ ବର୍ଷ ତାପରେ ପୋଲସରା ଠାରେ ଅଢ଼େଇ ବର୍ଷ ଏବଂ ବର୍ତ୍ତମାନ ଭଞ୍ଜନଗର ଠାରେ ଦେଢ଼ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। ଡିଜିପି ଡିସ୍କ୍ ପୁରସ୍କାର ପାଇବା ଶୁଣି ତାଙ୍କୁ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ସମେତ ଭଞ୍ଜନଗର ଥାନାର ସମସ୍ତ କର୍ମଚାରୀ ଓ ଶୁଭେଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )