ମାଲକାନଗିରିରୁ ୯୦ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥ ଭ୍ରମଣ ।

0 248

ମାଲକାନଗିରି,୨୭/୦୩(ପିପିଟି):ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଜି ମାଲକାନଗିରି ଜିଲ୍ଲାରୁ ୯୦ ଜଣ ଦକ୍ଷିଣ ଭାରତର ତିରୁପତି, ଭେଲ୍ଲର ଓ ଶ୍ରୀକଳାହସ୍ତୀ ତୀର୍ଥ ସ୍ଥାନ ପରିଭ୍ରମଣରେ ବାହାରିଛନ୍ତି । ଏ ନେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ବିଶାଲ ସିଂ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଥିବା ବେଳେ ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧ୍ଵାନି ମଧ୍ୟ ଉପସ୍ଥିତ ଥିଲେ। ଆଜି ସମସ୍ତ ତୀର୍ଥ ଯାତ୍ରୀ ରାୟଗଡ଼ା ଅଭିମୁଖେ ଯାତ୍ରା କରୁଛନ୍ତି। ମାର୍ଚ୍ଚ ୨୮ ମଙ୍ଗଳବାର ଦିନ ସମସ୍ତ ଯାତ୍ରୀ ତୀର୍ଥ ସ୍ଥାନ ଅଭିମୁଖେ ଯାତ୍ରା କରିବେ ଏବଂ ଏପ୍ରିଲ ୨ ତାରିଖରେ ରାୟଗଡା ପ୍ରତ୍ୟାବର୍ତ୍ତନ କରିବେ । ମାଲକାନଗିରିରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ବସ୍ କୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାରୁ ୩ ଜଣ ଏସ୍କର୍ଟ ଅଧିକାରୀ ବରିଷ୍ଠ ନାଗରିକଙ୍କ ସହ ଯାତ୍ରା କରୁଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯାତ୍ରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା।
ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି ପକ୍ଷରୁ ତୀର୍ଥ ଯାତ୍ରୀମାନଙ୍କ ପାଇଁ ପରିଵହନ ଓ ପ୍ରତ୍ୟାବର୍ତ୍ତନର ସମସ୍ତ ସୁବିଧା ସହ ଯାତ୍ରା ସମୟରେ ରହିବା,ଖାଦ୍ଯ ପେୟ ଆଦିର ବ୍ୟବସ୍ଥା କରାଯାଇଛି । ଏଥି ସହ ଟ୍ରେନ ରେ ଜଗୁଆଳି, ଗାଇଡ଼, ଚିକିତ୍ସା ସୁବିଧା ମଧ୍ୟ ଦିଆଯିବ । ବରିଷ୍ଠ ନାଗରିକମାନେ ତୀର୍ଥ ଦର୍ଶନର ସୁଯୋଗ ପାଇଥିବାରୁ ବରିଷ୍ଠ ସେମାନେ ଖୁସି ବ୍ଯକ୍ତ କରିଛନ୍ତି । ସୂଚନା ଥାଉକି,୨୦୧୬ ମସିହାରୁ ରାଜ୍ୟ ସରକାର ୬୦ ରୁ ୭୫ ବର୍ଷ ବୟସର ଗରିବ ନାଗରିକଙ୍କ ପାଇଁ ଏହି ତୀର୍ଥଯାତ୍ରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.